ବଢେଇ କୂଳ ସମାଜର ବାର୍ଷିକ ଉତ୍ସବ ପାଳନ ।
ରମ୍ଭା ୧୫/୦୬/୨୬ ଆଜି ବିରୁଳି ତାଲୁକା ବିଶ୍ୱକର୍ମା ସମାଜର ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବପାଳନ କରାଯାଇଛି । ସାନ ଗୋପାଳ ପୁର ମଲ୍ଲିକେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପରେପରିସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଯୋଗେନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା ।ବଢେଇକୂଳ ସମ୍ପାଦକ ଦଣ୍ଡପାଣି ମହାରଣା ବାର୍ଷିକ ବିବରଣୀ ପଢିବା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କେବଳ ବଢେଇ ପରିବାରର ଲୋକଙ୍କୁ ନେଇ ମେହେନ୍ଦୀ,ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏହା ସହିତ ନାଚଗୀତ , ସାଧାରଣଜ୍ଞାନ ପ୍ରତିଯୋଗିତା ହୋଇଥିଲା । ଯେଉଁମାନେଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିଲେ ସେମାନଙ୍କୁ ଆଜିର ମଞ୍ଚାସୀନ ଅତିଥିମାନେ ମାନପତ୍ର ଓ କପ ପ୍ରଦାନ କରି ସମ୍ମାନିତ କରିଥିଲେ । l ମଞ୍ଚାସିନ ବ୍ୟକ୍ତିମାନଙ୍କ ମଧ୍ୟରେ ୩୪ ତାଲୁକା ସଭାପତି ସନ୍ତୋଷ ମହାରଣା, ଉପସଭାପତି ବିନାୟକ ମହାରଣା, ବିରୁଳି ରାଜଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାରଣା, ୧୪ ନଂ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, ସନ୍ତୋଷପୁର ସମିତି ସଭ୍ୟା ଏସ. କବିତା ରେଡ୍ଡୀ, ବ୍ରହ୍ମପୁର . C.T.O କାମେଶ୍ୱର ମହାରଣା ପ୍ରମୁଖ ମଞ୍ଚାସୀନ ଅତିଥି ଥିଲେ । ଆଜିର ଏହି ବୈଠକରେ ରକ୍ତଦାନ, ଯୁବସଂଗଠନ, କାଠକାରିଗର, କାଠସଂଗ୍ରହ ଦାବୀପୁରଣ ଗରିବପରିବାର ପାଇଁ ଆର୍ଥିକ ସହାୟତା କରିବା ପ୍ରଦାନ, ଯୌତୁକ ଦେବାନେବା ସହିତ ଅନେକ ଗୁରୁତ୍ୱ ପୁର୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ଉପସଭାପତି ଗୋପାଳ ମହାରଣା, ସହ ସମ୍ପାଦକ କିଶୋର ମହାରଣା, କୋଷାଧକ୍ଷ ପ୍ରତାପ ମହାରଣା, ସଂଗଠନ ସଭାପତି ଅମୁଲ୍ୟ ମହାରଣା, ଉପଦେଷ୍ଟା ଲଡ଼ୁ ମହାରଣା ପରିଚାଳନା ବେଳେ ଆଇନ ପରାମର୍ଶ ଦାତା ରାମକୃଷ୍ଣ ମହାରଣା ସହିତ ତାଳୁକାର ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ l ଯୁଗ୍ମ ସମ୍ପାଦକ କିଶୋର ଚନ୍ଦ୍ର ମହାରଣା ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।
