ଓଡ଼ିଶାରେ ବେଦାନ୍ତର ଆଲୁମିନା ପାଇଁ ସ୍ଥାନୀୟ ବକ୍ସାଇଟ୍ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଓଡ଼ିଶାରେ ବେଦାନ୍ତର ଆଲୁମିନା ପାଇଁ ସ୍ଥାନୀୟ ବକ୍ସାଇଟ୍ଯୋ ଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି l
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଗତ ଶନିବାର ଦିନ ଭେଟ୍ ହୋଇଛନ୍ତି
ପ୍ରସ୍ତାବିତ ଆଲୁମିନିୟମ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା
ଲାଞ୍ଜିଗଡ଼ (କଳାହାଣ୍ଡି) ସ୍ଥିତ ବେଦାନ୍ତର ଆଲୁମିନା ପରିଶୋଧନାଗାର ପାଇଁ ସ୍ଥାନୀୟ ବକ୍ସାଇଟ୍ ଯୋଗାଇଦେବାକୁ ସରକାରଙ୍କ ପ୍ରତିଶ୍ରୁତି
୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପ ଦ୍ୱାରା ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ
ଝାରସୁଗୁଡ଼ାରେ ୧ ଏମ୍.ଟି.ପି.ଏ. (MTPA) ଆଲୁମିନିୟମ ସ୍ମେଲଟର୍ ର ବ୍ରାଉନଫିଲ୍ଡ ଏକ୍ସପାନ୍ସନ (ପ୍ରସାରଣ)
ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ତ୍ୱରାନ୍ୱିତ କରାଯିବ – ମୁଖ୍ୟମନ୍ତ୍ରୀ
ଏହି ପ୍ରକଳ୍ପ ଭାରତର ଉତ୍ପାଦନ ପ୍ରତିଯୋଗିତାକୁ ମଜବୁତ କରିବ, ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ଏବଂ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଶିଳ୍ପ ହବ୍ ଭାବରେ ପରିଣତ କରିବ
ପଶ୍ଚିମ ଓଡ଼ିଶାରେ ଏକ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପ୍ରତିଷ୍ଠା କରିବ ବେଦାନ୍ତ
ଭୁବନେଶ୍ୱର, ୨୬ ସେପ୍ଟେମ୍ବର ୨୦୨୬: ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଓଡ଼ିଶାରେ ବେଦାନ୍ତର ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପର ଅଗ୍ରଗତି ଏବଂ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ପର୍କରେ ଉଭୟ ଆଲୋଚନା କରିଛନ୍ତି।
ଏହି ଆଲୋଚନା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ମାଇଲଖୁଣ୍ଟଗୁଡ଼ିକୁ ତ୍ୱରାନ୍ୱିତ କରିବା ଏବଂ ଶିଳ୍ପ-ସରକାର ସହଯୋଗକୁ ମଜବୁତ କରିବା ଉପରେ କେନ୍ଦ୍ରିତ ଥିଲା। ସେମାନେ ବକ୍ସାଇଟ୍ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ, ଯେଉଁଥିରେ ସରକାର ଲାଞ୍ଜିଗଡ଼ (କଳାହାଣ୍ଡି) ସ୍ଥିତ ବେଦାନ୍ତର ବିଶ୍ୱସ୍ତରୀୟ ଆଲୁମିନା ପରିଶୋଧନାଗାର ପାଇଁ ସ୍ଥାନୀୟ ବକ୍ସାଇଟ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଧେଙ୍କାନାଳ ଜିଲ୍ଲାରେ ଏକ ଅତ୍ୟାଧୁନିକ ୩୦ ଲକ୍ଷ ଟନ୍ ବାର୍ଷିକ କ୍ଷମତାସମ୍ପନ୍ନ ଆଲୁମିନିୟମ ସ୍ମେଲଟର୍ ଏବଂ ରାୟଗଡ଼ା ଜିଲ୍ଲାରେ ୬୦ ଲକ୍ଷ ଟନ୍ ବାର୍ଷିକ କ୍ଷମତାସମ୍ପନ୍ନ ଆଲୁମିନା ପରିଶୋଧନାଗାରକୁ ନେଇ ଗଠିତ ବେଦାନ୍ତର ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଭାରତର ଶିଳ୍ପ ବିକାଶ ଯାତ୍ରାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଅଟେ। ଏହାସହ ଢେଙ୍କାନାଳ ପ୍ଲାଣ୍ଟ ମଧ୍ୟ ଓଡ଼ିଶାରେ ବେଦାନ୍ତର ଡାଉନଷ୍ଟ୍ରିମ୍ ଆଲୁମିନିୟମ ପାର୍କଗୁଡ଼ିକୁ ଉଚ୍ଚମାନର ହଟ୍ ମେଟାଲ୍ ଯୋଗାଇବ, ଯାହା ଘରୋଇ ଉତ୍ପାଦନରେ ମୂଲ୍ୟଯୋଗ ଏବଂ ଅଭିନବତାକୁ ବୃଦ୍ଧି କରିବ।
ସମ୍ପୂର୍ଣ୍ଣ ହେବା ପରେ, ଏହି ପୁଞ୍ଜିନିବେଶ ବେଦାନ୍ତର ସମୁଦାୟ ଆଲୁମିନିୟମ ଉତ୍ପାଦନ କ୍ଷମତାକୁ ବାର୍ଷିକ ୬୦ ଲକ୍ଷ ଟନ୍କୁ ବୃଦ୍ଧି କରିବ, ଯହା ଦ୍ୱାରା ଏହା ଭାରତର ଦ୍ରୁତ ବର୍ଦ୍ଧିତ ଆଲୁମିନିୟମ ଚାହିଦାକୁ ପୂରଣ କରିପାରିବ।
ଆଲୋଚନା ସମୟରେ, ଶ୍ରୀ ଅନିଲ ଅଗ୍ରୱାଲ ମଧ୍ୟ ଝାରସୁଗୁଡ଼ାରେ ୧ ଏମ୍.ଟି.ପି.ଏ. (MTPA) ଆଲୁମିନିୟମ ସ୍ମେଲଟରର ଏକ ବ୍ରାଉନଫିଲ୍ଡ ଏକ୍ସପାନ୍ସନ ପାଇଁ ପ୍ରସ୍ତାବ ଦେଇଥିଲେ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆଗ୍ରହୀ। ତେଣୁ, ରାଜ୍ୟ ସମଗ୍ର ଦେଶ ଏବଂ ବିଶ୍ୱରୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ପ୍ରୟାସ କରୁଛି। ନିଯୁକ୍ତି ସୃଷ୍ଟି ଏବଂ ସ୍ଥାନୀୟ ବିକାଶରେ ଏହି ପ୍ରକଳ୍ପଗୁଡ଼ିକର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଲୁମିନିୟମ କ୍ଷେତ୍ରରେ ଏହି ପୁଞ୍ଜିନିବେଶକୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ ଆମର ପ୍ରସ୍ତାବିତ ପୁଞ୍ଜିନିବେଶର ଲକ୍ଷ୍ୟ ହେଉଛି ଏକ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ପ୍ରତିଷ୍ଠା କରିବା, ଯହା ଭାରତର ମୌଳିକ କାଠାମୋ (ଇନଫ୍ରାଷ୍ଟ୍ରକ୍ଚର୍), ଶକ୍ତି ପରିବର୍ତ୍ତନ, ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଆକାଂକ୍ଷାକୁ ପୂରଣ କରିବ। ଓଡ଼ିଶା ସରକାରଙ୍କ ସହିତ ମିଶି ଆମେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସମ୍ପତ୍ତି ନିର୍ମାଣ, ବୃହତ ଆକାରରେ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ମଜବୁତ କରିବା ଏବଂ ଏକ ‘ବିକଶିତ ଭାରତ’ ଗଠନରେ ଅର୍ଥପୂର୍ଣ୍ଣ ଅବଦାନ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ବେଦାନ୍ତ ପଶ୍ଚିମ ଓଡ଼ିଶାରେ ଏକ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପ୍ରତିଷ୍ଠା କରିବ।
ବୈଠକ ସମୟରେ, ଶ୍ରୀ ଅଗ୍ରୱାଲ ଏକ ସମୃଦ୍ଧ ଓଡ଼ିଶା ପାଇଁ ବେଦାନ୍ତର ପ୍ରତିଶ୍ରୁତିକୁ ମଧ୍ୟ ଦୋହରାଇଥିଲେ, ଯାହା ଦୁଇ ଦଶନ୍ଧି ଧରି ଏକ ଦୃଢ଼ ଭାଗିଦାରୀ ଭାବରେ ଗ୍ରହଣ କରାଯାଇଛି।
ଆଗାମୀ ପ୍ରକଳ୍ପ ଦ୍ୱାରା ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ଏବଂ ଭାରତର ଲଜିଷ୍ଟିକ୍ସ, ମୌଳିକ କାଠାମୋ (ଇନଫ୍ରାଷ୍ଟ୍ରକ୍ଚର୍), ଇଞ୍ଜିନିୟରିଂ ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକରେ ଏକ ଗୁଣକ ପ୍ରଭାବ (ମଲ୍ଟିପ୍ଲାୟର୍ ଇଫେକ୍ଟ) ସୃଷ୍ଟି କରିବ, ଯାହା ଦ୍ୱାରା ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ। ଏହି ପୁଞ୍ଜିନିବେଶ କୌଶଳଗତ ପ୍ରାକୃତିକ ସମ୍ପଦର ଆମର୍ଦ୍ଦନ ବଦଳରେ ସ୍ଥାନୀୟ ବଦଳ (import substitution)କୁ ସମର୍ଥନ କରିବ, ସହିତ ହଜାର ହଜାର ଏମ୍.ଏସ୍.ଏମ୍.ଇ. (MSMEs) ଏବଂ ଯୋଗାଣକାରୀ ବ୍ୟାସାୟିକ ପ୍ରତିଷ୍ଠାନଗୁଡ଼ିକର ବିକାଶକୁ ପ୍ରୋତ୍ସାହିତ କରିବ।
ବିଶ୍ୱ ଶକ୍ତି ପରିବର୍ତ୍ତନରେ ଆଲୁମିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ଅକ୍ଷୟ ଶକ୍ତି, ଶକ୍ତି ସଞ୍ଚାର (ପାୱାର ଟ୍ରାନ୍ସମିସନ୍), ବୈଦ୍ୟୁତିକ ଯାନ (EV), ମହାକାଶ ଏବଂ ପରବର୍ତ୍ତୀ ପିଢ଼ିର ମୌଳିକ କାଠାମୋ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ କାର୍ଯ୍ୟ କରେ।
ଏହାଛାଡ଼ା, ଶକ୍ତି ସଞ୍ଚାର ଓ ବଣ୍ଟନଠାରୁ ଆରମ୍ଭ କରି କୁଲିଂ ସିଷ୍ଟମ୍ ଏବଂ ହିଟ୍ ଏକ୍ସଚେଞ୍ଜର୍ ପର୍ଯ୍ୟନ୍ତ, ଡାଟା ସେଣ୍ଟର୍ ପରି ଏଆଇ (AI) ମୌଳିକ କାଠାମୋର ବିକାଶ ଆଲୁମିନିୟମ ଚାହିଦା ପାଇଁ ନୂତନ ଦ୍ୱାର ଉନ୍ମୋଚନ କରୁଛି।
ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ୍ ଏକକ-ସ୍ଥାନ ଆଲୁମିନିୟମ ସ୍ମେଲଟର୍ ଏବଂ ଲାଞ୍ଜିଗଡ଼ରେ ଏକ ବିଶ୍ୱସ୍ତରୀୟ ଆଲୁମିନା ପରିଶୋଧନାଗାର ପରି ପ୍ରସ୍ତାବିତ ପୁଞ୍ଜିନିବେଶଗୁଡ଼ିକ ଓଡ଼ିଶାକୁ ଭାରତର ‘ଆଲୁମିନିୟମ ହବ୍’ରେ ପରିଣତ କରିବାର କ୍ଷମତା ରଖିଛି।
