ଢ଼ିଙ୍କିଆରେ ଶିଶୁଦିବସ ରେ ଶିଶୁମହୋତ୍ସବ
ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମା ଫୁଲଖାଇ ଉ. ପ୍ରା. ବିଦ୍ୟାଳୟ, ଢ଼ିଙ୍କିଆ ରେ ଶିଶୁଦିବସ ରେ ଏକ ଶିଶୁ ମହୋତ୍ସବ ପାଳିତ ହୋଇଯାଇଅଛି |ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ, ସଂଗୀତ, ଝୋଟି, ଶଙ୍ଖଧ୍ଵନି ଓ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯାଇଛି |ଏଥି ସହିତ ପ୍ରତି ବର୍ଷ ପରି ବିଦ୍ୟାଳୟର ଗତ ଶିକ୍ଷା ବର୍ଷ ର ସମାପ୍ତି ସୂଚକ ମୂଲ୍ୟାୟନ ରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିବା ଦୁଇ ଛାତ୍ରୀ ସୁଚିତ୍ରା ମଣ୍ଡଳ ଓ ଆଭାରଣୀ ନାୟକ ଙ୍କୁ ମାନପତ୍ର, ପଦକ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା ଏବଂ ଚଳିତ ବର୍ଷ ସମାପ୍ତି ସୂଚକ ମୂଲ୍ୟାୟନ -୧, ରେ ପ୍ରତ୍ୟେକ ଶ୍ରେଣୀର ଶ୍ରେଷ୍ଠ-୧୦ ଜଣଙ୍କୁ ପୁରସ୍କୃତ କରାଯାଇଅଛି |ଶିକ୍ଷା ଓ ସହଶିକ୍ଷା କ୍ଷତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଙ୍କୁ

ଉତ୍ସାହିତ କରିବା ଓ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ବିଦ୍ୟାଳୟ ସ୍ତରୀୟ ଏହି ଏହି ଶିଶୁ ମହୋତ୍ସବ କୁ ସଭାପତି ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମଲ୍ଲ, ମୁଖ୍ୟ ଅତିଥି ବିଶିଷ୍ଠ ଆଇନୀଜୀବୀ ତଥା ସମାଜସେବୀକା ଶ୍ରୀମତୀ ମଞ୍ଜୁଲତା ରାଉତ ଓ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଭଗବାନ ଦାସ ପଣ୍ଡିତ ନେହୁରୁ ଙ୍କ ଫୋଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ |ନେହେରୁ ଙ୍କ ଜୀବନୀ ସହିତ ଅତିଥି ମାନେ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ |ବିଦ୍ୟାଳୟ ର ସହକାରୀ ଶିକ୍ଷକ ରମେଶ କୁମାର ବେହେରା ଅତିଥି ପରିଚୟ ସହ ସ୍ୱାଗତ ସମ୍ଭାଷଣ ରଖିଥିଲେ ପରିଶେଷରେ ଶିକ୍ଷକ ସନାତନ ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ସଭା କାର୍ଯ୍ୟ ର ପରିସମାପ୍ତି ଘଟିଥିଲା |
