ଶିଶୁ ସାହିତ୍ୟ ଗୋଟିଏ ଜାତିର ଭବିଷ୍ୟତ ଗଠନ କରେ

କେନ୍ଦ୍ର ସାହିତ୍ୟ ଏକାଡେମୀ, ନୂଆ ଦିଲ୍ଲୀ ଏବଂ ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶା, ସ୍ନାତ କୋତ୍ତର ଓଡ଼ିଆ ବିଭାଗ ଏସ ସି ଏସ କଲେଜ ପୁରୀ ର ମିଳିତ ସହଯୋଗରେ ଏକ ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟ ଆଲୋଚନା ଚକ୍ର କଲେଜ ପ୍ରେକ୍ଷାଳୟ ରେ ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ଡ଼କ୍ଟର ଗୌରହରି ଦାସ ଙ୍କ ଅଧକ୍ଷତାର ଅନୁଷ୍ଠିତ ହୋଇଥିଲା. ଉକ୍ତ ସଭାରେ ଉଦଘାଟକ ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର କହିଲେ ଯେ ଶିଶୁ ସାହିତ୍ୟ ଗୋଟିଏ ଜାତିର ଭବିଷ୍ୟତ ଗଠନ କରେ. ବିଶିଷ୍ଟ ଭାଷା ବିତ ଡ଼କ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ କହିଲେ କୃତ୍ରିମ ବୁଦ୍ଧିମତା ର ପ୍ରଭାବରେ ପିଲାଙ୍କୁ ଆମେ ଆମର ସମାଜ, ସଭ୍ୟତା, ସଂସ୍କୃତି, ପରମ୍ପରା କୁ ବିକୃତ କରିବାକୁ ଦେବାନି. ନିଜ ଭାଷା ରେ ସରଳ, ସୁନ୍ଦର ମନ ଲାଖି ସାହିତ୍ୟ ପିଲାଙ୍କୁ ଦେବା ପାଇଁ ଶିଶୁ ସାହିତ୍ୟିକ ମାନେ ଉଦ୍ୟମ କରିବା ଉଚିତବୋଲି ମତବ୍ୟକ୍ତ କରିବାବେଳେ କଲେଜ ଅଧକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦ୍ବିବେଦୀ ସାମ୍ପ୍ରତିକ ସମୟରେ ଏ ଆଇ କୁ ନେଇ ଏକ ସୁନ୍ଦର ଆଲୋଚନା ଚକ୍ର ଅନୁଷ୍ଠିତ କରାଇ ଥିବାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶିଶୁ ସାହିତ୍ୟ ଏକାଡେମୀ କୁ ଧନ୍ୟବାଦ ପ୍ରଦାନ କରି କହିଲେ ଯେ ଆଗାମୀ ଦିନରେ ଏଭଳି କାର୍ଯ୍ୟ କ୍ରମ କୁ କଲେଜ ସ୍ୱାଗତ କରିବା ସଂଗେ ସଂଗେ ସମସ୍ତ ସହଯୋଗ ଦେବ. ଆଲୋଚନା ଚକ୍ର ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ର ସହକାରୀ ସମ୍ପାଦକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଶୁ କିଶୋର ସାହିତ୍ୟ ଏକାଡେମୀ ଓଡ଼ିଶାର ସାଧାରଣ ସମ୍ପାଦକ ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଆଲୋଚନା ର ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ. ଏକାଡେମୀର ଉପ ସଭାପତି ମହେନ୍ଦ୍ର କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ.ଆଲୋଚନା ଚକ୍ରରେ ଡ଼କ୍ଟର ରାଜକିଶୋର ପାଢ଼ୀ, ଡ଼କ୍ଟର ଦିଲ୍ଲୀପ କୁମାର ସ୍ୱାଇଁ, ଡ଼କ୍ଟର ବସନ୍ତ କିଶୋର ସାହୁ, ଡ଼କ୍ଟର ସୁନାମଣି ରାଉତ, ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ, ଡ଼କ୍ଟର କମଳାକାନ୍ତ ଜେନା, ଶ୍ରୀ ଧନଞ୍ଜୟ ସ୍ୱାଇଁ, ଶ୍ରୀ ମାନସ ରଂଜନ ସାମଲ ଡ଼କ୍ଟର ହେମନ୍ତ ଛୋଟରାୟ, ଡ଼କ୍ଟର ବିଜୟା ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ. ଅପରାହ୍ନ ରେ ଯୁବ ଲେଖକ ଲେଖିକା ମାନଙ୍କୁ ନେଇ ମୁଲା କାତ କାର୍ଯ୍ୟକ୍ରମ ରେ ଶ୍ରୀ ଆଶିଷ କୁମାର ମିଶ୍ର, କାମଦେବ ମହାରଣା, ସଂଘମିତ୍ରା ଭୂତିଆ, ଶୁଭଶ୍ରୀ ମହାରଣା, ଓ ଶୁଭ୍ରାଂଶୁ ବିଶ୍ୱାଳ ଯୋଗଦେଇ ନିଜନିଜର ଗଳ୍ପ, କବିତା ପାଠ କରିଥିଲେ.

Leave a Reply

Your email address will not be published. Required fields are marked *