ହରିହର, ଅନୁପମ,ସଂଜୟଙ୍କୁ ସିନେମା ସମ୍ମାନ

–ଓଡିଆ ଭାଷାଭିତ୍ତିକ ପ୍ରଦେଶ ଗଠନ ପରେପରେ ପୁରୀ ଲକ୍ଷ୍ମୀ ଟକିଜ୍ ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତାବିବାହ ମୁକ୍ତିଲାଭ ର ୮୮ତମ ବର୍ଷ ଉପଲକ୍ଷେ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି ସିନେମା ମହୋତ୍ସବ।

ଏହି ଉତ୍ସବରେ ଉତ୍କଳୀୟ ସଂସ୍କୃତି, ପରଂପରା ଓ ଓଡ଼ିଶା ର ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ, ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ନୂତନ ଫିଲ୍ମ ହଲ ନିର୍ମାଣ ଓ ଭଗ୍ନ ସିନେମା ହଲ ର ପୁନରୁଦ୍ଧାର ସହ ଓଡ଼ିଶା ଚଳଚ୍ଚିତ୍ର ପାଇଁ ସରକାର ଟିକସ ମୁକ୍ତ କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ସ୍ମୁତି ରେ,ଫିଲୱଲା ପ୍ରାୟୋଜିତ ଏହି ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ସହ ନିର୍ଦ୍ଦେଶକ ହରିହର ମିଶ୍ର, ଗୀତିକାର ଅନ୍ତର୍ଯ୍ୟାମୀ ମିଶ୍ର, ନିର୍ଦ୍ଦେଶକ ସଂଜୟ ନାୟକ, ନିର୍ଦ୍ଦେଶକ ଅନୁପମ ପଟନାୟକ, ଚଳଚ୍ଚିତ୍ର ସମୀକ୍ଷକ ଅଶୋକ ପାଲିତ୍, ନିର୍ଦ୍ଦେଶକ ନଟରାଜ ଦେବ ଗୋସ୍ୱାମୀ, ସଂଗୀତ ନିର୍ଦ୍ଦେଶକ ମହମ୍ମଦ ମୁସୀର ଓ ପ୍ରଶାନ୍ତ ପାଢ଼ୀ, ଲକ୍ଷ୍ମୀ ଟକିଜ୍ ପରିବାର ର କୈଳାଶ ପାଣ୍ଡେ, ଶ୍ରୀଶ୍ରୀ ପତିତପାବନ ଚଳଚ୍ଚିତ୍ର ପରିବାରରୁ ଦେବୀପ୍ରସନ୍ନ ଗାଙ୍ଗୁଲି, ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ର ପରିବାରରୁ ପ୍ରସନ୍ନ ଗୁରୁ ଓ ରାଜକିଶୋର ପାତ୍ର, ଚିତ୍ରଶିଳ୍ପୀ ବୁଢା ମହାରଣାଙ୍କ ପୁତ୍ର ରବି ମହାରଣା, ଚିଲିକା ତୀରେ ପାଇଁ ଶ୍ୟାମଘନ ରାୟ ଚୌଧୁରୀଙ୍କ ପରିବାର, ଅଭିନେତ୍ରୀ ନୈନା, ଯୁବ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ,ପୁଷ୍ପା ପଣ୍ଡା, ସଂଳାପକାର ଡକ୍ଟର ରଜନୀ ରଂଜନ, ଚଳଚ୍ଚିତ୍ର ପ୍ରଯୋଜକ ତପନ ଦାଶ , ଅଭିନେତ୍ରୀ ପ୍ରତିଭା ପଣ୍ଡା, ସହ-ନିର୍ଦ୍ଦେଶକ ପ୍ୟାରିମୋହନ ଦାଶ, ନିର୍ଦ୍ଦେଶକ ଦୀପକ୍ ଜେନା, ଗୀତିକାର ବଦ୍ରି ମିଶ୍ର, ଅଭିନେତା ଲକ୍ଷ୍ମୀଧର ପୂଜାପଣ୍ଡା, ଅଭିନେତା ବିଶ୍ଵନାଥ ମିଶ୍ର, କଣ୍ଠଶିଳ୍ପୀ ରାଜେନ୍ଦ୍ର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ,ଶ୍ରୀଜଗନ୍ନାଥ ମନ୍ଦିର ର ବିଶିଷ୍ଟ ସେବାୟତ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ଓ ରାଜକିଶୋର ପାତ୍ର ଯୋଗ ଦେଇଥିଲେ।ଫିଲୱଲା ର ପରିଚାଳନା ନିର୍ଦ୍ଦେଶକ ଶ୍ୟାମାପ୍ରସାଦ ମିଶ୍ରଙ୍କ ପରିଚାଳନା ଓ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଭୁପ୍ରସାଦ ମିଶ୍ର, ମଧୁସୂଦନ ମିଶ୍ର,ଶ୍ୟାମାପ୍ରକାଶ ସେନାପତି,ଗୌରୀରଂଜନ ବାରିକ୍ , ଶିବ ସୁନ୍ଦର ମିଶ୍ର ସହଯୋଗ କରିଥିବା ବେଳେ ଏହାକୁ ସଞ୍ଚାଳନ କରିଥିଲେ ଗୁଡ୍ଡି ଓ ଦେବକନ୍ୟା ମିଶ୍ର।

Leave a Reply

Your email address will not be published. Required fields are marked *