ସର୍କିଟ ହାଉସର ଦିବଙ୍ଗତ ମ୍ୟାନେଜର ଙ୍କୁ ଶ୍ରଦ୍ଧାଞ୍ଜଳି
ସର୍କିଟ ହାଉସର ଦିବଙ୍ଗତ ମ୍ୟାନେଜର ଙ୍କୁ ଶ୍ରଦ୍ଧାଞ୍ଜଳି ।ପୁରୀ ୫/୪ ସର୍କିଟ ହାଉସ ର ମ୍ୟାନେଜର ଦାୟିତ୍ୱ ରେ ଥିବା ଅଶୋକ କୁମାର ଦାସ ଙ୍କ ର ଗତକାଲି ଦେହାନ୍ତ ହୋଇଥିଲା।ସ୍ୱର୍ଗତ ଦାସ ଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜି ସର୍କିଟ ହାଉସ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ୱର୍ଗତ ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଶ୍ରଦ୍ଧା ସୁମନ ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅତିରିକ୍ତ ଉପଜିଲ୍ଲାପାଳ ନିଳମାଧବ ମାଝୀ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ରାକେଶ କୁମାର ପଣ୍ଡା, ବିବେକାନନ୍ଦ ସାହୁ,ସହଦେବ ସାହୁ, ମନୀଷା ଷଡ଼ଙ୍ଗୀ,ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ସମସ୍ତ ବିଡ଼ିଓ, ତହସିଲଦାର,ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ,ସର୍କିଟ ହାଉସ କର୍ମଚାରୀ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୀରବ ପ୍ରାର୍ଥନା କରିଥିଲେ।
