ପାନୀୟଜଳ ସମସ୍ୟା ପାଇଁ ଦାବିପତ୍ର
ପାନୀୟଜଳ ସମସ୍ୟା ପାଇଁ ଦାବିପତ୍ର କିଛିଦିନ ତଳେ ପୁରୀ ଆପ୍ ଟିମ୍ ବିରପ୍ରତାପ୍ ପୁର ଗ୍ରାମ ପରିଦର୍ଶନ ସମୟରେ ସେଠାରେ ଏକ ବିରାଟ ପାନୀୟ ଜଳ ସମସ୍ୟା ଦେଖିବାକୁ ପାଇଥିଲେ । ଅନୁସୂଚିତ ଜାତିର ପାଖାପାଖି ୪୦ ପରିବାର ସ୍ଵାଧୀନତା ର ଏତେ ବର୍ଷ ପରେ ମଧ୍ୟ ପାନୀୟଜଳ ପାଇବାରୁ ବଞ୍ଚିତ ଅଛନ୍ତି । ଆଜି ଆମ୍ ଆଦ୍ମୀ ପାର୍ଟି ପୁରୀ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଏକ ଟିମ୍ ଗ୍ରାମ୍ୟ ଜଳ ଯୋଗାଣ ଅଫିସ୍ ଯାଇ ଅଧିକାରୀ ଅଭିମନ୍ୟୁ ବାରିକ୍ ଙ୍କ ସହ ଆଲୋଚନା କରି ତାଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଆଲୋଚନା ପରେ ଶ୍ରୀ ବାରିକ୍ ପ୍ରତିଶ୍ରୁତି ଦେଇଛନ୍ତି ଡିସେମ୍ବର ମାସ ପ୍ରଥମରୁ ତାଙ୍କ ପାଇଁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଦାବିପତ୍ର ଦେବା ସମୟରେ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ଯୁବ ସମ୍ପାଦକ ଜନ୍ମଜୟ ଜେନା , ସୁନିଲ ଜେନା ଏବଂ ରଞ୍ଜନ କୁମାର ପ୍ରଧାନ ଆଦି ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ ।
