ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ବୃଦ୍ଧାଶ୍ରମରେ ଶ୍ରୀ ଜଗନ୍ନାଥ କଥା ପ୍ରବଚ଼ନ ଓ ବୃଦ୍ଧାମାନଙ୍କୁ ବସ୍ତ୍ର ବଣ୍ଟନ

ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ବୃଦ୍ଧାଶ୍ରମରେ ଶ୍ରୀ ଜଗନ୍ନାଥ କଥା ପ୍ରବଚ଼ନ ଓ ବୃଦ୍ଧାମାନଙ୍କୁ ବସ୍ତ୍ର ବଣ୍ଟନ I
ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଚ଼ତୁର୍ଦ୍ଦଶୀ ଅବସରରେ ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀଶଙ୍କର୍ଷଣ ମଂଗରାଜଙ୍କ ତତ୍ତ୍ଵାବୋଧନାରେ ପୁରୀ ଖଡିପଦାସ୍ଥିତ ସଂକଳ୍ପ ଫାଉଣ୍ଡେସନର ଦ୍ବାରା ପରିଚାଳିତ ବୃଦ୍ଧାଶ୍ରମଠାରେ ଭକ୍ତ ସମାଜର ସଂପାଦକ ଡ. ଶଶିକାନ୍ତ ରଥ ଅନ୍ତେବାସୀ ମାନଙ୍କୁ ଶ୍ରୀ ଜଗନ୍ନାଥ କଥାମୃତ ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ଉତ୍ସବ, ହବିଷ୍ୟ, ମହାପ୍ରସାଦ ସେବନ ନିୟମ,ତଥା ପଞ୍ଚକ ବିଧି ବିଧାନ,ମହାପ୍ରଭୁଙ୍କର ଦିବ୍ୟ ରାଧା-ଦାମୋଦର ବେଶ, ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ, ବାଙ୍କଚୂଡ଼ା ବେଶ, ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଓ ରାଜରାଜେଶ୍ଵର ବେଶ ବା ସୁନାବେଶ ସଂପର୍କରେ ପ୍ରବଚ଼ନ କରିଥିଲେ। ଇତ୍ୟବସରରେ ଅନୁଷ୍ଠାନର ସଦସ୍ୟା ଶୁଶ୍ରୀ ପୁଷ୍ପିତା ପଟ୍ଟନାୟକଙ୍କ ଜନ୍ମଦିବସ ପାଳନ କରାଯାଇଥିଲା। ଶେଷରେ ସଂପାଦକ ଡ଼.ଶଶିକାନ୍ତ ରଥ, ସମାଜସେବୀ ବୀର ଅନନ୍ତ ପଣ୍ଡା, ଶୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଡ.ସ୍ନେହଲତା ମହାପାତ୍ର, ଅପର୍ଣ୍ଣା ରଥ ବସ୍ତ୍ର ଓ ଭୋଜନ ବଣ୍ଟନ କରିଥିଲେ । ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସୁଚ଼ରିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *