କୋଇଲା ବୋଝେଇ ମାଳବାହୀ ଟ୍ରେନରେ ଲାଗିଲା ନିଆଁ
ଯାଜପୁର ରୋଡ ରେଳ ଷ୍ଟେସନରେ ଅଘଟଣ | କୋଇଲା ବୋଝେଇ ମାଲବାହି ଟ୍ରେନରେ ଲାଗିଲା ନିଆଁ | ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ l ଭୀଷଣ ଗରମରେ ପ୍ରାୟ ୬ଟି ବଗିରୁ କୁହୁଳା ନିଆଁରୁ ବାହାରୁଛି ଧୂଆଁ l

ଟ୍ରେନର ଚାଳକ ଏହା ଜାଣିବା ପରେ ଯାଜପୁର ରୋଡ ରେଳ ଷ୍ଟେସନରେ ଅଟକାଇଲେ ଟ୍ରେନ l ସେପଟେ ଏହି ଖବର ପାଇ ଯାଜପୁର ରୋଡ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚଳାଇଛି ଉଦ୍ୟମ l
