ବାଇକ ଧକ୍କାରେ କମ୍ପାନି କର୍ମଚାରିଙ୍କ ମୃତ୍ୟୁ




କାମାକ୍ଷାନଗର,୧୯.୧୧.୨୦୨୧- ବାଇକ ଦୁର୍ଘଟଣାରେ ସ୍କ ଆଇରନ କମ୍ପାନିର କର୍ମଚାରି ମୃତ୍ୟୁ। ମୃତକ ହେଲେ ତୁମୁସିଙ୍ଗା ଥାନା ନୁଆଙ୍ଗବିଲ ଗ୍ରାମର କାହ୍ନୁଚରଣ ବିଶ୍ବାଳ। ସେ ଗତକାଲି ରାତି ପ୍ରାୟ ୧୦ ଟା ବେଳକୁ କମ୍ପାନିରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅଁଳାବେରେଣୀ ପେଟ୍ରାଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା। ସୁଚନା ଅନୁସାରେ କାହ୍ନୁଚରଣ ସବୁଦିନ ରାତିରେ କମ୍ପାନିରୁ ଡ୍ୟୁଟି ସାରି ବାଇକ ଯୋଗେ ଘରକୁ ଫେରନ୍ତି।ଗତକାଲି ରାତିରେ ସେ ଘରକୁ ଆଉ ଫେରିନଥିଲେ। ତେବେ ଏନେଇ ପରିବାର ତରଫରୁ ଆଜି ସକାଳୁ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସନ୍ଧାନ ମିଳିପାରି ନଥିଲା। ଅପରାହ୍ନରେ ଅଁଳାବେରେଣୀ ପେଟ୍ରୋଲ ପମ୍ପ ରାସ୍ତା ପାର୍ଶ୍ବ ନଟିରେ ତାଙ୍କର ବାଇକଟି ପଡିଥିବାର ସ୍ଥାନିୟ ଲୋକେ ଦେଖିବାକୁ ପାଇଥିଲେ। ଏବଂ କିଛି ଦୂରରେ କାହ୍ନୁଚରଣଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ସ୍ଥାନିୟ ଲୋକେ ପୋଲିସ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *