ସ୍ବେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା

ପୁରୀ ୨/୭ – ମାନବସେବା ହିଁ ମାଧବ ସେବା।ଚଳିତ ରଥଯାତ୍ରା ରେ ବିଭିନ୍ନ ସେବା ରେ ନିୟୋଜିତ ସ୍ବେଚ୍ଛାସେବୀ ମାନେ ଅତି ସୁନ୍ଦର ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ।ଆଜି ଅପରାହ୍ନ ରେ ୟୁଥ ହଷ୍ଟେଲ ପରିସରରେ ଜଗନ୍ନାଥ ବଲ୍ଲଭ ସ୍ୱଛତା ମିଶନ ପକ୍ଷରୁ ସ୍ୱଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ରଥଯାତ୍ରା ଏକ ଵ୍ୟାପକ କାର୍ଯ୍ୟକ୍ରମ ଓ ଏଥିରେ ସ୍ୱାସ୍ଥ୍ୟ, ପାନୀୟ ଜଳ, ଖାଦ୍ୟ, ସ୍ୱଚ୍ଛତା, ଶାନ୍ତି ଶୃଙ୍ଖଳା, ସୁରକ୍ଷା, ସୂଚନା ସେବା ଇତ୍ୟାଦି ବହୁତ ସେବା ର ଆବଶ୍ୟକତା ଥାଏ।ଏହି ସେବା ପାଇଁ ନିୟୋଜିତ ସମସ୍ତ ସ୍ୱଛାସେବୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ମହନୀୟ ସେବା କୁ ଭବିଷ୍ୟତରେ ମଧ୍ୟ ଯୋଗାଇବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ।ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସି ଏଚ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବାସୁଦେବ ଛାଟୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନେହେରୁ ଯୁବ କେନ୍ଦ୍ର ର ସଂଯୋଜକ ଜୟ ଶଙ୍କର ଜୋଶୀ ପ୍ରମୁଖ ରଥଯାତ୍ରା ରେ ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ସ୍ବେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ସନ୍ତୋଷ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ, ନରେନ କୁମାର, ଡଃ ପ୍ରମୋଦ କୁମାର ଦଳାଇ, ପ୍ରାଧ୍ୟାପକ ବିଶ୍ୱଜିତ ଦାସ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ସଦସ୍ୟ ମନୋଜ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *