ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ

ପୁରୀ ୨/୭- ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଶ୍ରୀ ଜଗନ୍ନାଥ ନିଳାଦ୍ରୀ ସେବା ଟ୍ରଷ୍ଟ ପକ୍ଷରୁ ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ ହୋଇ ଯାଇଛି।ଏହାକୁ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରି କୋଟିଏ ଧେନୁ ଦାନ ସହ ନିର୍ମାଲ୍ୟ ର ମହିମା କୁ ତୁଳନା କରି ଚାରି ଧାମ ମଧ୍ୟରେ ମହାପ୍ରସାଦ କେବଳ ଶ୍ରୀକ୍ଷେତ୍ର ରେ ମିଳୁଥିବାରୁ ଏହା ଅନନ୍ୟ, ଅଵ୍ୟକ୍ତ ଓ ପାପ ତାପ ହରଣ କରିଥାଏ ବୋଲି କହିଥିଲେ।ମହାପ୍ରଭୁ ଭୋଜନ ଓ କଳାପ୍ରିୟର ଠାକୁର।ଶ୍ରୀକ୍ଷେତ୍ର ବ୍ୟତୀତ ୮୨୪ ପ୍ରକାର ଭୋଗ ଆଉ କେଉଁଠାରେ ପାଇବା ନାହିଁ।ଆମ ପ୍ରତ୍ୟେକ ଙ୍କ ଶରୀର ରେ ପ୍ରଭୁ ଙ୍କ ଡିଏନଏ ସନ୍ନିବେଶିତ ବୋଲି କହିବା ସହ ଜଗନ୍ନାଥଙ୍କ ଚରଣ ଧୂଳି ରେ ବୈକୁଣ୍ଠ ପ୍ରାପ୍ତି ହୋଇ ଥାଏ ବୋଲି କହିଥିଲେ।ଅନ୍ୟତମ ଅତିଥି ଓଡିଶା ହାଇକୋର୍ଟ ର ବିଚାରପତି ଦେବବ୍ରତ ଦାସ ମହାପ୍ରଭୁଙ୍କ ମହିମା ଅପାର।ସେ ଭକ୍ତ ର ଭକ୍ତି ଓ ଭାବରେ ବନ୍ଧା।ନିଳାଦ୍ରୀ ବିଜେ ପରେ ଆଜି ନିଳାଞ୍ଚଳ ଅବଢ଼ା ବାହାରିବା ଶ୍ରଦ୍ଧାଳୁ ଙ୍କ ପାଇଁ ଏକ ଆନନ୍ଦମୟ କଥା।ଭଗବାନଙ୍କ କୃପା ପ୍ରାପ୍ତି ର ଅନେକ ମାର୍ଗ ରହିଛି ବୋଲି କହିବା ସହ ଭକ୍ତି ଓ ଭଜନ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ।ଟ୍ରଷ୍ଟର ପ୍ରତିଷ୍ଠାତା ଗୌରୀ ଶଙ୍କର ସିଂହାରୀ ମହାପ୍ରସାଦ ର ମହିମା, ଟ୍ରଷ୍ଟ ପ୍ରତିଷ୍ଠା ର ଆବଶ୍ୟକତା ଓ ପରିଚାଳନା ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ।ଶିକ୍ଷାବିତ ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରଭୁ ଙ୍କ ମାନବୀୟ ଲୀଳା ର ପଟାନ୍ତର ନାହିଁ। ନିଳାଞ୍ଚଳ ମହାପ୍ରସାଦ ର ମହତ୍ତ୍ଵ ଦର୍ଶାଇ ଏହା ବିଷାଦ ରୁ ପ୍ରସାଦ ବୋଲି କହିଥିଲେ।ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡଃ ରୀନା ରାଉତରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାମଚନ୍ଦ୍ର ସିଂହାରୀ ଙ୍କୁ ଶ୍ରୀଜଗନ୍ନାଥ ସେବକ ସମ୍ମାନ ଓ ଅନ୍ୟ ପ୍ରତିଭାଧାରୀ ଙ୍କୁ ଶ୍ରୀ ଜଗନ୍ନାଥ ନିଳାଦ୍ରୀ ସେବା ସମ୍ମାନ ରେ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଭଜନ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *