ବ୍ରହ୍ମପୁର କଂଗ୍ରେସ ପକ୍ଷରୁ ନ୍ୟାୟ ପତ୍ର ଘୋଷଣା
*ବ୍ରହ୍ମପୁର – ଚଳିତ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନ୍ୟାୟ ପତ୍ର ଘୋଷଣା କରାଯାଇଛି। ଏହା ସହିତ ହାତ ବାଦଲେଗା ହାଲାତ୍ ନାରା ଦେଇ ଏହି ନିର୍ବାଚନ କୁ ସାମ୍ନା କରିବ ଏ ନେଇ ନିଜ ବାସ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ। ଏହା ସହ ଚଳିତ ଥର ଦଳ ଆଞ୍ଚଳିକ ମୌଳିକ ସମସ୍ୟା କୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ନିକଟକୁ ଯିବ ବୋଲି ସେ କହିଛନ୍ତି। ସାରା ଦେଶରେ ଦଳ ପକ୍ଷରୁ ପ୍ରତି ଗରିବ ପରିବାର ପାଇଁ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରାଯିବ। ଏହା ଜରିଆରେ ପ୍ରତି ପରିବାରକୁ ବାର୍ଷିକ ୧ ଲକ୍ଷ ସହାୟତା ରାଶି ପ୍ରଦାନ କରାଯିବ। ଏହା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଏମ୍ସ ପରି ମେଡିକାଲ ସୁବିଧା, ବେକାର ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ କିମ୍ବା ମାସିକ ଭର୍ତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ସେହିପରି ବ୍ରହ୍ମପୁର ଲୋକ ସଭା କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ କରାଯିବ। ଯଥା ଘରୋଇ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା , ସଡ଼କ ଓ ପରିବହନ ବ୍ୟବସ୍ଥାରେ ଉନ୍ନତି କରଣ, ସମସ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁ ପରିଚାଳନା ଓ ଉତ୍ତମ ସେବା ପ୍ରଦାନ, କୃଷି ଓ କୃଷକଙ୍କ ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ସମେତ ଗଞ୍ଜାମ ଜିଲ୍ଲା ( ପୂର୍ବ) ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକ, ଜିଲ୍ଲା ଯୁବ ସଭାପତି ବିକାଶ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ମିଡ଼ିଆ ସଂଯୋଜକ ତତ୍ ସତ୍ ସୁବୁଦ୍ଧି ଏହାକୁ ସଂଯୋଜନା କରିଥିଲେ।
