ମା ସିଦ୍ଧଖଣ୍ଡୁଆଳ ପୀଠରେ ଦଣ୍ଡ ନୃତ୍ୟ
ମା ସିଦ୍ଧଖଣ୍ଡୁଆଳ ପୀଠରେ ଦଣ୍ଡ ନୃତ୍ୟ। ଖୋର୍ଦ୍ଧା ଜିଲ୍ଲା କଲରାଝର ଗ୍ରାମରେ ମା ସିଦ୍ଧଖଣ୍ଡୁଆଳ ଙ୍କ ପୀଠରେ ପ୍ରସିଦ୍ଧ ଦଣ୍ଡନୂର୍ତ୍ୟ ପରିବେଷଣ କରଯାଇଥିଲା । ୭ଦିନ ପୂର୍ବରୁ ଭଗତା ମାନେ ମା ଙ୍କ ପୀଠରେ ବ୍ରତ ପାଳନ କରିଥାନ୍ତି। ମହା ବିଷୁବ ସଂକ୍ରାନ୍ତି ଦିନ ଏହି ଦଣ୍ଡ ପର୍ବ ଶେଷ ହୁଏ। ଦଣ୍ଡ ନୃତ୍ୟ ସରିବା ପରେ କାଳସି ଦେହରେ ମା ଉଭାହୋଇ ଗ୍ରାମ ପରିକ୍ରମା କରିଥାଆନ୍ତି।

ପ୍ରତ୍ୟେକ ଘରୁ ଭୋଗ ପଣା ଅର୍ପଣ କରାଯାଏ। ଉଭୟ ମା ସିଦ୍ଧଖଣ୍ଡୁଆଳ ଓ ଛୋଟି ଠାକୁରାଣୀ ଗ୍ରାମ ପରିକ୍ରମା ପରେ କାମନା ଘର ଠାରେ ଝାମୁ ଯାତ୍ରା କରାଯାଇ ମାନସିକ ଭକ୍ତ ମାନଙ୍କୁ ନିଆଁ ରେ ଚଲାଇବା ପରେ ମା ନିଜେ ଜଳନ୍ତା ଅଗ୍ନି ରେ ଚାଲି ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି।ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଗାଁ ରୁ ପ୍ରାୟ ହଜାର ହଜାର ଲୋକ ଙ୍କ ସମରୋହ ହୋଇଥାଏ।
