ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତୁଲେଶ୍ୱର ନାଏକ ଭରିଲେ ଆଜି ନାମାଙ୍କନ ପତ୍ର
ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତୁଲେଶ୍ୱର ନାଏକ ଭରିଲେ ଆଜି ନାମାଙ୍କନ ପତ୍ର l କଂଗ୍ରେସ ଜୁନାଗଡ଼ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ l ଦୁଲୁକିଲା ଧର୍ମଗଡ଼ ଠାରେ ଜୁନାଗଡ ବିଧାନସଭା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ଯ, ବିରାଟ ପଟୁଆରରେ ବିର ବାଦ୍ୟା ଘୁମୁରା ର ତାଳେ ତାଳେ ଦୁଲୁକିଲା ସହର l ପ୍ରଥମେ ମାଁ ଲଙ୍ଗେଶ୍ୱରି ଙ୍କ ଆଶୀର୍ବାଦ ନେବା ପରେ ବିରାଟ ପଟୁଆରରେ ଏକ ଶୋଭାଯାତ୍ରାରେ ଆସି ଧର୍ମଗଡ଼ ଠାରେ ଜୁନାଗଡ ବିଧାନସଭା ନିର୍ବାଚନ ଅଧିକାରୀଙ୍କ କାର୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ନାମାଙ୍କନ ଦାଖଲ ପରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବି ଓ ରୋଜଗାର ପାଇଁ ମୁଖ୍ୟତଃ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ପାଇଁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବି ବୋଲି କହିଛନ୍ତି l କଂଗ୍ରେସ ସରକାର ଙ୍କ 25 ଗ୍ୟାରେଣ୍ଟି ନେଇ ଭୋଟର୍ସଙ୍କ ପାଖକୁ ଯିବ ଏବଂ ମୁଖ୍ୟତଃ ଚାଷୀ, ଗରିବ ମହିଳା ମାନଙ୍କ ପାଇଁ ଲଢେ଼ଇ କରିବ ଏବଂ ନିଶ୍ଚିତ ବିଜୟଲାଭ କରିବ ବୋଲି କହିଛନ୍ତି ଶ୍ରୀ ନାଏକ l
