ମମିତା ମେହେର ହତ୍ୟା ଘଟଣାକୁ ନେଇ କଂଗ୍ରେସ ଦଳର ପ୍ରତିବାଦ
କାମାକ୍ଷାନଗର – ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ରାଜନୀତି ଏବେ ସରଗରମ । ଯାହାକୁ ନେଇ ଆଜି ରାଜ୍ୟ କଂଗ୍ରେସ ଦଳ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ କୁ ପାଳନ କରାଯାଇ ଶାନ୍ତିପୂର୍ଣ୍ଣ ଭାବେ କାମାକ୍ଷାନଗର ସହର ରେ ବନ୍ଦ ପାଳନ କରାଯାଇଛି । ଜିଲ୍ଲା କଂଗେସ ଉପ ସଭାପତି ପ୍ରଭୁଦତ୍ତ ଭଟ୍ଟ ଓ କାମାକ୍ଷାନଗର ଏନ ଏ ସି ର କଂଗ୍ରେସ ସଭାପତି ସନ୍ତୋଷ କୁମାର ମହାରଣା ଙ୍କନେତୃତ୍ୱ ରେ କାମାକ୍ଷାନଗର କଂଗ୍ରେସ କମିଟି ତରଫରୁ ବନ୍ଦ ଡାକରା ଦିଆଯାଇଛି । ସହର ମଧ୍ୟରେ ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।କଂଗ୍ରେସ ଦଳ ର ବହୁ କର୍ମୀ ଏଥିରେ ସାମିଲ ରହି ବନ୍ଦକୁ ସମର୍ଥନ କରିଥିଲେ ।
ରିପୋର୍ଟର -ପ୍ରକାଶ କୁମାର ପାତ୍ର
