ଜୟୀ ରାଜଗୁରୁଙ୍କ ୨୮୩ ତମ ଜନ୍ମଜୟନ୍ତୀ ପାଳିତ

ପବିତ୍ର ଅଁଳା ନବମୀ ଅବସରରେ ଭାରତ ସ୍ଵାଧିନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୮୩ ତମ ଜନ୍ମ ଜୟନ୍ତୀ ଷ୍ଟେସନ ରୋଡ ସ୍ଥିତ ଜୟୀ ରାଜଗୁରୁ ଛକ ରେ ଥିବା ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଆସୋଷେସନ୍ ଅଫ୍ ଟୁଇଟର ଆକ୍ଟୀଭିଟିସ , ଜିଲ୍ଲା ଯୁବ ଅଧିବକ୍ତା ସଂଘ ଓ ଉର୍ଯାବାନ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପ୍ରସନ୍ନ କୁମାର ସାହୁ, ଅର୍ଜ୍ଜୁନ କୁମାର ସାହୁ ଓ ମାୟାଧର ପୃଷ୍ଟି ଯୋଗ ଦେଇ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶହୀଦ ଙ୍କ ଗୁଣ ଗାନ୍ କରିଥିଲେ। ଏହି ଅବସରରେ ଆଟା ଅନୁଷ୍ଠାନ ର ସତ୍ୟନାରାୟଣ ସାହୁ, ଆଇନଜୀବୀ ଦେବାଶିଷ ଦାଶ, ବିପିନ୍ ବିହାରୀ ମହାନ୍ତି, ଦେବେନ୍ଦ୍ର ସୁବୁଦ୍ଧି, ଦେବରାଜ ଦାସ, ଯୁବ ଅଧିବକ୍ତା ସଂଘ ର ଆବାହକ ଆଇନଜୀବୀ ଅନିଲ କୁମାର ସାହୁ, ସଭାପତି ଆଇନଜୀବୀ ବିଶ୍ୱଜିତ୍ ପ୍ରଧାନ ଓ ଉର୍ଜାବନ୍ ଓଡ଼ିଶା ର ସଭାପତି ସନ୍ତୋଷ ସେନାପତି ଓ ସମ୍ପାଦିକା ନିହାରୀକା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *