ରଥଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଆଞ୍ଚଳିକ ପରିବହନ ଅଫିସରେ ସମନ୍ବୟ ବୈଠକ
ପୁରୀ -: ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ପକ୍ଷ ରୁ ଇତି ମଧ୍ୟରେ ଏକ ସମନ୍ବୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l 2023 ର ପୁରୀ ରଥ ଯାତ୍ରା ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ରେ ସୁଚାରୁ ରୂପେ ପାଳନ କରାଯିବ ସେ ବିଷୟ ରେ ଆଲୋଚନା ଏହି ବୈଠକ ର ମୁଖ୍ୟ ଉଦ୍ଧେଶ୍ୟ ଥିଲା l ଏଥିରେ ଉପସ୍ଥିତ ଥିବା ଉପ ଆରକ୍ଷୀ ଅଧିକ୍ଷକ, ଟ୍ରାଫିକ ଆରକ୍ଷୀ ଅଧିକାରୀ, ଟ୍ରାଫିକ ନିରୀକ୍ଷକ , ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ, ଟ୍ରାଫିକ ଥାନା ଅଧିକାରୀ, କୁମ୍ଭାର ପଡ଼ା ଥାନା ଅଧିକାରୀ, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଏମ ଭି ଆଇ ଶ୍ରୀ ବାମ ଦେବ ସାହୁ, ସହକାରୀ ଏମଭିଆଇ, ଏବଂ ବିଭିନ୍ନ ବସ ସଂଘ କର୍ମକର୍ତ୍ତା ମାନେ ଅଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭିନ୍ନ ମତ ରଖି ଥିଲେ l ଗାଡି ମାନଙ୍କ ରେ ମୂଲ୍ୟ ନିର୍ଧାରଣ ସୂଚୀ (fare chart) ଲଗାଇବା, ଭଡା ବାବଦ ରେ ଉଚିତ ମୂଲ୍ୟ ରଖିବା ବିଷୟ ମୁଖ୍ୟ ଆଲୋଚନା ଥିଲା l ଏଥିପାଇଁ ସଂଘ ର କର୍ମକର୍ତ୍ତା ମାନେ ପରିବହନ ଅଧିକାରୀ ଙ୍କୁ ତିନି ଦିନ ସମୟ ମାଗିଛନ୍ତି l ନଚେତ ଉପରିସ୍ଥ ଅଧିକାରୀ ଙ୍କ କଥା ବା ନିର୍ଦେଶ କୁ ଯଦି ଖିଲାପ କରାଯାଏ ତେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସମ୍ମିଳନୀ ରେ କହିଛନ୍ତି l କିଭଳି ଭାବରେ ବାଷ୍ଟାଣ୍ଡ କୁ ଗାଡି ଠିକ ସମୟରେ ଏବଂ ସଠିକ “ବେ ‘ ରୁ ଗାଡି ଛାଡିବା ଏବଂ ଯାତ୍ରା ସମୟ ରେ ଯେମିତି ଆଦୌ କୌଣସି ବିଶୃଙ୍ଖଳା ସୃଷ୍ଟି ନ ହେବ ସେଥି ପ୍ରତି ବୈଠକ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ପୁରୀ ଜ଼ିଲ୍ଲା ର ବୁହତ ସ୍ୱାର୍ଥ ଦୃଷ୍ଟି ରୁ ଏବଂ ଦୁର୍ଘଟଣା ହ୍ରାସ ପାଇଁ ସମେତ ଭକ୍ତ ଶ୍ରଦ୍ଧାଳୁ ଯେମିତି ଠକାମୀ ର ଶିକାର ନ ହେବେ ସେଥି ପ୍ରତି ବିଭାଗ ତୀକ୍ଷ୍ଣ ନଜର ଦେବାକୁ ଏନ୍ଫୋର୍ଶମେଣ୍ଟ ଷ୍ଟାଫ କୁ ନିର୍ଦେଶ ହେଇଚି l ଏବଂ ଏହି ଯାତ୍ରା ସମୟ ରେ ଗାଡି ଚେକିଂ କୁ ଆହୁରି କଡା କଡୀ କରାଯିବ ବୋଲି ଆରଟିଓ ସୂଚନା ଦେଇଛନ୍ତି l
