ଶ୍ରୀକ୍ଷେତ୍ର ସୂଚନା ପୁରୀ ଦ୍ଵାରା ଆୟୋଜିତ ଏକବିଂଶ ଜାତୀୟ ଲୋକମେଳା

ଶ୍ରୀକ୍ଷେତ୍ର ସୂଚନା ପୁରୀ ଦ୍ଵାରା ଆୟୋଜିତ ଏକବିଂଶ ଜାତୀୟ ଲୋକମେଳା, ହସ୍ତ ଶିଳ୍ପ ପ୍ରଦର୍ଶନୀ ଓ ଚତୁର୍ଦ୍ଧଶ ଜାତୀୟ କୃଷି ମେଳା, କୃଷି ପ୍ରଦର୍ଶନୀ ୨୦୨୩। ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶବରଲୀଳା ସଂସ୍କୃତି କୁ ପ୍ରାଧାନ୍ୟ ଦେଇ ପ୍ରତିବର୍ଷ ପରି ଜାତୀୟ ଲୋକମେଳା ୨୦୨୩ ଚଳିତ ମେ ମାସ ୩୦ ତାରିଖ ଠାରୁ ଜୁନ୍ ମାସ ୩ ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଓ ଚତୁର୍ଦ୍ଧଶ ଜାତୀୟ କୃଷି ମେଳା ୨୦୨୩ ଶରଧାବାଲି ଠାରେ ଅନୁଷ୍ଠିତ ହେବାକୁ ଯାଉଛି।ଶ୍ରୀକ୍ଷେତ୍ରର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆଜିକୁ ଦୀର୍ଘ ୨୦ବର୍ଷ ଧରି ଏହି ଜାତୀୟ ଲୋକ ମେଳା ଓ ଜାତୀୟ କୃଷି ମେଳା ଓ କୃଷକ ମାନଙ୍କୁ ପ୍ରାଧାନ୍ୟ ଦେଇ ଆମ କୃଷି ସଭ୍ୟତାର ପ୍ରଦର୍ଶନ ପାଇଁ ଏହି ମେଳା ସହ ପ୍ରଦର୍ଶନୀ ସଂଲଗ୍ନ କରାଯାଇଅଛି।ଭାରତର ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର, ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର ,ପଣ୍ଡିଚେରୀ,ତାମିଲନାଡୁ, କର୍ଣ୍ଣାଟକ, କେରଳ, ଗୋଆ ଓ ଓଡ଼ିଶା ପ୍ରଭୃତି ୧୭ରାଜ୍ୟ ମାନଙ୍କରୁ ପ୍ରାୟ ୫୫୦ ରୁ ଉର୍ଦ୍ଧ ଯୁବକ ଯୁବତୀ ସାଂସ୍କୃତିକ ପସରା ନେଇ ଆସିବେ, ହସିବେ, ନାଚିବେ। ଆମ ଜୀବନର ହଜି ଯାଇଥିବା ଆନନ୍ଦମୟ ଭାବକୁ ପୁଣି ଥରେ ବାଣ୍ଟିବେ। ଭାରତୀୟ ଜୀବନର ଅମୃତ ଅନୁଭବ କେବଳ ଚାଷୀ ଭାଇ ର ଝାଳ ରୁ ହିଁ ଝରିଥାଏ, ତା ପରିବାର ର ମା, ଭଉଣୀ ଓ ଝିଅ ମାନେ ବି ଜୀବନ ପାଇଁ ନାନା ଉତ୍ପାଦନ, ଉପକରଣ ତିଆରି କରି ଆମ ପାଇଁ ସଜେଇ ଦିଅନ୍ତି। ଏଥିପାଇଁ ସାଂସ୍କୃତିକ ପରମ୍ପରାର ନାଚ ଗୀତ ସହିତ ଆମ୍ଭେ ଶରଧାବାଲି ରେ ଏକ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଆୟୋଜନ କରିଛୁ। ଏହି ମେଳାରେ ଭାରତ ସରକରଙ୍କର କୃଷି ମନ୍ତ୍ରାଳୟ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ଭୁ ବିଜ୍ଞାନ ମନ୍ତ୍ରାଳୟ, ଜୈବ ବିଜ୍ଞାନ ମନ୍ତ୍ରାଳୟ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରାଳୟ, କୃଷି ବିଜ୍ଞାନ କେନ୍ଦ୍ର, ଇଫକୋ, ରାଜ୍ୟ ସରକାରଙ୍କ କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, କତା ବୋର୍ଡ, ଖଦୀ ବୋର୍ଡ, ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ ମନ୍ତ୍ରାଳୟ ଇତ୍ୟାଦି ଭାଗ ନେଇ ଆଦିବାସୀ ମାନଙ୍କ ହସ୍ତଶିଳ୍ପ, ଚାଷୀ ଭାଇ ମାନଙ୍କର ହାତ ତିଆରି ଉପକରଣ, ବନଜାତ ପଦାର୍ଥ ଯଥା ମହୁ ଝୁଣା, ହଳଦୀ ପରି କୃଷିଜାତ ପହଞ୍ଚାଇବେ। ଏହି ଅବସରରେ ଓଡ଼ିଶାର ଲୋକ କଳା ଓ ଲୋକ ନୃତ୍ୟକୁ ଶିଖରରେ ପହଞ୍ଚାଇଥିବା ପଦ୍ମଶ୍ରୀ ଉଚ୍ଚବ ଚନ୍ଦ୍ର ଦାସ ଙ୍କୁ ଶ୍ରୀକ୍ଷେତ୍ର ସମ୍ମାନ ପ୍ରଦାନ କରି ସାମାଜିକ କର୍ତ୍ତବ୍ୟ ନିର୍ବାହ କରିବା ପାଇଁ ସ୍ଥିର କରିଛୁ। ତତ୍ ସହିତ କୃଷି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା 3 ଜଣ ପ୍ରମୁଖ କୃଷକ ଙ୍କୁ କୃଷି ସମ୍ମାନ ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଅଛି। ଏହି ଅବସରରେ ଉଦଘାଟନ ଦିବସରେ ଉଦଘାଟକ ଭାବେ ନାଗାଲାଣ୍ଡର ମହାମହିମ ରାଜ୍ୟପାଳ ଲା ଗଣେଶନ, କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ର ରାଜ୍ୟ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ରାଜ୍ୟ ସରକାର ଙ୍କ କୃଷି ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଖଣ୍ଡପଡ଼ା ର ବିଧାୟକ ଓ ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ କନ୍ୱର୍ ବିଶାଲ ସିଂ ଯୋଗ ଦେବେ ଓ ଅନ୍ୟ ଦିନ ମାନଙ୍କରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ବିଜୁ ପଟ୍ଟନାୟକ ବିମାନ ବନ୍ଦର ର ନିର୍ଦେଶକ ପ୍ରଶାନ୍ତ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଦଯାପନୀ ସନ୍ଧ୍ୟା ରେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ରାଜ୍ୟ ସଭା ସାଂସଦ ଡଃ ଅମର ପଟ୍ଟନାୟକ, ଶ୍ରୀ ମାନସ ରଂଜନ ମଙ୍ଗରାଜ, ସାଂସ୍କୃତିକ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ସଂସ୍କୃତି ବିଭାଗ ତଥା ଅତିରିକ୍ତ ସଚିବ ଦିଲ୍ଲୀପ ରାଉତରାୟ, ନାଲକୋ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ବେଦାନ୍ତ କର୍ପୋରେସନ ଅଫେଆର୍ସ ର ମୁଖ୍ୟ ଅମିତ୍ ସିଂ ଓ ଡଃ ପୂର୍ଣ୍ଣିମା ରୂପଲ୍ ମୁଖ୍ୟ ବୈଜ୍ଞାନିକ, ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ, ନୂଆ ଦିଲ୍ଲୀ ଯୋଗ ଦେବାପାଇଁ ସ୍ଵୀକୃତି ପ୍ରଦାନ କରିଛନ୍ତି।ଏହି ସବୁ କାର୍ଯ୍ୟକ୍ରମ ଗଣ ମାଧ୍ୟମ ହିଁ ଜନ ଗଣ ଙ୍କ ପାଖରେ ପହଞ୍ଚେଇବାର ଏକ ସମ୍ପୂର୍ଣ୍ଣ ସଫଳତା ଆଣିବାରେ ସଫଳ ହୋଇଥାଏ। ତେଣୁ ଆଜିର ଏହି ସମ୍ମିଳନୀ କାର୍ଯ୍ୟକ୍ରମ ର ସମସ୍ତ ସଫଳତାର ପ୍ରଥମ ଓ ଦୃଢ ଭିତ୍ତି ବୋଲି ଅନୁଭବ କରି ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଉଛି।ଆମ ଅନୁଷ୍ଠାନର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସଂଗଠନ କମିଟି ର ଅଧ୍ୟକ୍ଷ ସୁବାସିଶ ଖୁଣ୍ଟିଆ, ଉତ୍ସବ କମିଟି ର ଅଧକ୍ଷ ବଦ୍ରି ମିଶ୍ର, ହସ୍ତଶିଳ୍ପ କମିଟି ର ଅଧକ୍ଷ ଗୌରହରି ପ୍ରଧାନ, ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ବିଭୁ ପ୍ରସାଦ ତ୍ରିପାଠୀ, ଅନୁଷ୍ଠାନର ଅଧକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, ଉପାଧ୍ୟକ୍ଷ ଭରତ ନାୟକ, ସାଧାରଣ ସମ୍ପାଦକ ରାଜେଶ୍ କୁମାର ମହାନ୍ତି, ସଂଗଠନ ସମ୍ପାଦକ ସତ୍ୟବ୍ରତ ଦାସ, କୋଷାଧ୍ୟକ୍ଷ ନାରାୟଣ ପାତ୍ର, ଗଣମାଧ୍ୟମ ସମ୍ପାଦକ ଡଃ ପ୍ରଦ୍ୟୁମ୍ନ ସାଠୁଆ, ସାଂସ୍କୃତିକ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ମୁଖ୍ୟ ସଂଯୋଜକ ହେକ୍ଟର ମିଶ୍ର, ଉତ୍ସବ କମିଟି ର ଉପାଧ୍ୟକ୍ଷ ବିଶ୍ଵନାଥ ମିଶ୍ର, ସଂଗ୍ରାମ କେଶରୀ କାନୁନଗୋ, ଦାମୋଦର ଶତପଥୀ, ଦେବେନ୍ଦ୍ର ମହାପାତ୍ର, ସୌମ୍ୟ ରଂଜନ ମିଶ୍ର, ପ୍ରତାପ ଦଳେଇ, ପୁଷ୍କର ସାହୁ, ପୂର୍ଣ୍ଣଚନ୍ଦ୍ର ଓଝା ଓ ପ୍ରଶାନ୍ତ କୁମାର ସାହୁ। ବର୍ଷ ବର୍ଷ ଧରି ଯେଉଁ ସହଯୋଗ ର ହାତ ଧରି, ଏ ବର୍ଷ ମଧ୍ୟ ପବିତ୍ର ସାଂସ୍କୃତିକ ସମାରୋହ କୁ ସଫଳ କରିବାର ଶପଥ ନେଇ ଆଗେଇ ଆସିଛନ୍ତି, ସେଥିପାଇଁ ସମସ୍ତ ସହଯୋଗୀ ବନ୍ଧୁ ମାନଙ୍କୁ ଧନ୍ୟବାଦ୍ ଜଣାଉଛି।

Leave a Reply

Your email address will not be published. Required fields are marked *