ନିଯୁକ୍ତି ସଂସ୍ଥାରେ ଦୁର୍ନୀତି, ବିରୋଧ କଲା ଏବିଭିପି

କେନ୍ଦୁଝର: ୧/୮- ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ ରାଜ୍ୟରେ ହେଉଥିବା ସମସ୍ତ ନୂତନ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିଥାଏ । କିନ୍ତୁ ଏହି ସଂସ୍ଥାର ସ୍ୱଚ୍ଛତା ନେଇ ଦୀର୍ଘଦିନ ଧରି ଅଭିଯୋଗ ହେଇ ଆସୁଥିଲା । ଉକ୍ତ ବୋର୍ଡର କମିଶନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉରୁ ଏହା ପ୍ରମାଣିତ ହୋଇଛି । ଏହି ଚଢ଼ାଉ ବେଳେ ଭିଜିଲାନ୍ସ ବିଭାଗ ହାତରେ କୋଟି କୋଟି ଟଙ୍କା ନଗଦ ସହ ସୁନାରୁପା ଓ ବେନାମୀ ସମ୍ପତି ଠାଵ ହୋଇଛି । ସଚିବଙ୍କ ଘରୁ ଏହି ଚଢ଼ାଉ ପରେ ନିଯୁକ୍ତି ନେଇ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ରାଜ୍ୟ ସରକାର ଙ୍କ ଗୋଚରରେ ଏହି ବୋର୍ଡ ଦ୍ୱାରା ନିଯୁକ୍ତିରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଏଭିବିପି । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ଏହି ବୋର୍ଡ ଟଙ୍କା ନେଇ ଅଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଉଥିବାକୁ ନେଇ ନିନ୍ଦା କରିଛି ଏବିଭିପି । ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବିଭିପି କେନ୍ଦୁଝର ଶାଖାର ସଦସ୍ୟ । ଉକ୍ତ ଦୁର୍ନୀତି ଖୋର ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ସହ ତଦନ୍ତ ପକ୍ରିୟାକୁ ଆହୁରି କଡାକଡି କରିବାକୁ ଦାବି କରିଛି ଏବିଭିପି ।

କେନ୍ଦୁଝର, ମନୋଜ କୁମାର ବେହେରା

Leave a Reply

Your email address will not be published. Required fields are marked *