ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଭଦ୍ରକ, ୧/୮ – ଏହି ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ନାଆମୀ ଉଚ୍ଚପ୍ରାଥଢ଼ିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜକିଶୋର ସାହୁଙ୍କୁ ବିଦାୟକଳୀନ ସମ୍ବର୍ଦ୍ଧନା ରବିବାର ସ୍କୁଲ ପରିସରରେ ପ୍ରଦାନ କରାଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଗୌରାଙ୍ଗ ଚରଣ ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଥିନେଇ ସଭାକୁ ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ଅଧୀର କୁମାର ତରାଇ ଉଦଘାଟନ କରିଥିଲେ। ଏଥିରେ ଡ଼ଃ ରଘୁନାଥ ସାହୁ, ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଧିରେନ୍ଦ୍ରନାଥ ଦାଶ, ଏବିଇଓ ଅଭିମନ୍ୟୁ ପ୍ରଧାନ, ଅନିଲ କୁମାର ବଳ, ଜିଲ୍ଲା ପରିଷଦ ସଭ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଶ୍ରୀପତୀ ଜେନା, ହରିଶ ଜେନା, ସରପଞ୍ଚ ସଦାଶିବ ଦାସ, ଗଦାଧର ବାରିକ, ଯୁଗଳ କିଶୋର ପତି, ପୁରୁଷୋତ୍ତମ ଧଳ, ଜଗନ୍ନାଥ ଜେନା, ସରୋଜ କୁମାର ନାୟକ, ଶିକ୍ଷାସଂଯୋଜକ ଅଶୋକ ରାଉତ, କୈଳାସ ସାମଲ, ଝୁନାରାଣୀ ସ୍ୱାଇଁ, କିଶୋର ଚନ୍ଦ୍ର ଜେନା, ନାରାୟଣ ଜେନା, ଭାସ୍କର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁଙ୍କ ଗଠନମୂଳକ କାର୍ଯ୍ୟ, କୃତୀ ଓ ଆଦର୍ଶ ଶିକ୍ଷାଦାନ ସମ୍ପର୍କରେ ଅଲୋକପାତ କରିଥିଲେ । ଶ୍ରୀ ସାହୁଙ୍କୁ ମୁଖ୍ୟଅତିଥି ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।ପଣ୍ଡିତ ଶ୍ରୀବତ୍ସ ଖଡିରତ୍ନ ଶେକଳାକ ଆବୃତ୍ତି କରିଥିବା ବେଳେ ଶିକ୍ଷକ ପୀତାମ୍ବର ଶଙ୍ଖୁଆ ସ୍ୱାଗତ ଭାଷଣ, ଆନନ୍ଦ ଚନ୍ଦ୍ର ପାଢୀ ଅତିଥି ପରିଚୟ, ଜ୍ୟୋତ୍ସ୍ନାମୟୀ ପାତ୍ର ବିବରଣୀ ପାଠ କରିଥିଲେ । ମହେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
