ସିପିଏମ ର ଦୁଇ ଦିନିଆ ଦକ୍ଷିଣାଞ୍ଚଳ କର୍ମଶାଳା ଉଦଯାପିତ

ବ୍ରହ୍ମପୁର – ବ୍ରହ୍ମପୁର ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟହଲ ଠାରେ ସିପିଏମ୍ ର କର୍ମଶାଳା ରେ ଇଷ୍ଟ କୋଷ୍ଟ ରେଳ ବାଇକୁର ସରକ୍ଷା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ, ବେକାରଙ୍କୁ ନିଯୁକ୍ତି,ସ୍କୁଲଛାତ୍ରଙ୍କ ପାଠ୍ୟ ପୁସ୍ତକ, ମହିଳାଙ୍କ ସୁରକ୍ଷା, ଚାଷୀର ଧାନବିକ୍ରି, ଆଦିବାସୀଙ୍କ ଅଧିକାର ଓ ରାଜ୍ୟରେ କର୍ପୋରେଟ ଲୁଟ ବିରୋଧରେ ସମସ୍ତ ବାମ ଗଣତାନ୍ତ୍ରିକ ଶକ୍ତିଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରିବା ପାଇଁ ପାର୍ଟିର ଦୁଇ ଦିନିଆ କର୍ମଶାଳାରେ ଯୋଜନା ଗ୍ରହଣ କରାଯାଇଛି।କର୍ମଶାଳାରେ କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ଅର୍ଥନୀତି କୁ ତୀଵ୍ର ସମାଲୋଚନା କରାଯାଇଛି।ଏହି ଅର୍ଥ ନୀତି ଫଳରେ ଦେଶର କିଛି କମ୍ପାନୀ ଲାଭର ପାହାଡ଼ ସୃଷ୍ଟି କରିଛନ୍ତି।ଅନ୍ୟଦିଗରେ ବେକାରୀ ଅକାଶଛୁଆ ହୋଇଛି।ଶ୍ରମିକଙ୍କ ରୋଜଗାର ହରାଉଛନ୍ତି।ଦରବୃଦ୍ଧି ଓ ଦୁର୍ନୀତି ବ୍ୟାପକ ହେଉଛି।ଦେଶର ସାମ୍ବିଧାନିକ ବ୍ୟବସ୍ଥା ଗୁଡିକୁ ସରକାର ନିୟନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି।କେନ୍ଦ୍ର ସରକାର ଓ ସଙ୍ଘ ପରିବାର ଯୋଜନବଧାଭାବେ ଲୋକଙ୍କ ଏକତାକୁ ଭାଙ୍ଗିବା ପାଇଁ ସମସ୍ତ ଯୋଜନା କରୁଛି। ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ଜରୁରୀ।ସେହିଭଳି ରାଜ୍ୟର ବିଜେପି ସରକାର ରାଜ୍ୟର ସମସ୍ତ ସମ୍ପଦକୁ କମ୍ପାନୀ ହାତରେ ଟେକିଦେବା ଆରମ୍ଭ କରିଛନ୍ତି।ରାଜ୍ୟରେ ଆଦିବାସୀଙ୍କ ଅଧିକାର ଛାଡେଇନେବା ପାଇଁ ଆଦିବାସୀଙ୍କୁ ଢାଲ କରାଯାଉଛି।ବିଜେପି ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଚାଲିଛି।ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଏହି ଦୁଇ ଦିନିଆ କର୍ମଶାଳାରେ ବିଭିନ୍ନ ଯୋଜନା କରାଯାଇଛି।ଏଥିରେ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,ପୂର୍ବତନ ସମ୍ପାଦକ ଅଳି କିଶିର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ଏଥିରେ ଗଂଜାମ ,ଗଜପତି, ରାୟଗଡା, ମାଲକାନଗିରି, କଳାହାଣ୍ଡି, ଓ ନବରଙ୍ଗପୁର ଜିଲ୍ଲାରୁ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *