ରୋଡ଼ କ୍ରାଇମ୍ ଅପରାଧୀଙ୍କ ଉପରେ ଚଢ଼ାଉ

ବିଳମ୍ବିତ ସନ୍ଧ୍ୟାରେ ମାମାନି ହୋଟେଲ ସାମ୍ନା ରେ ରାସ୍ତାରେ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତ ଗିରଫ* (କେସ ନମ୍ବର -୭୮୮/୨୦୨୬)ଗତକାଲି ରାତି ଘ୧୦.୫୦ମି. ସମୟରେ କଚେରି ରୋଡ଼ ରେ ଥିବା ମାମାନି ହୋଟେଲ ସାମ୍ନା ରାସ୍ତାରେ ଗୋଟିଏ ସ୍କର୍ପିଓ ଗାଡ଼ି ସହ ଏକ ମଟର ସାଇକେଲର ସାମାନ୍ୟ ସାଇଡ଼ରେ ବାଜିବାକୁ କେନ୍ଦ୍ର କରି ସ୍କର୍ପିଓ ରେ ଥିବା ତିନି ଜଣ ବ୍ୟକ୍ତି ମଟର ସାଇକେଲ ଆରୋହୀ କୁ ଆକ୍ରମଣ କରିଥିଲେ ।‌ ଆକ୍ରମଣ ରେ ତାଙ୍କ ମୁହଁ ଫାଟି ରକ୍ତ ସ୍ରାବ ହୋଇଥିଲା । ଖବର ପାଇ ଟାଉନଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୂଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ଏବଂ ଅଭିଯୁକ୍ତ ର ସ୍କର୍ପିଓ ଗାଡ଼ି ଓ ମୋବାଇଲ ଫୋନ୍ ଜବତ୍ କରାଯାଇଥିଲା।

ଆକ୍ରମଣରେ ସ୍ଵୀକାର ହୋଇଥୂବା ଗୋପାଳପୁର ର ପରମାନନ୍ଦ ପରିଡାକୁ ପୁରୀ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଇବା ପରେ, ତାର ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।ଗିରଫ ହୋଇଥିବା ଅଭିଯୁକ୍ତର ନାମ ଓ ଠିକଣା:୧) ଡୁଡୁ @ ସଚ୍ଚିକାନ୍ତ ମିଶ୍ର (୨୨), ପି- ବ୍ରଜକିଶୋର ମିଶ୍ର, ସିଦ୍ଧବକୁଳ‌ ମଠ ଲେନ୍, ବାଲିସାହି ।ଫେରାର ଥିବା ଅଭିଯୁକ୍ତ ମାନେ ହେଲେ ୧) ଶିବା @ ଶିବ ନାରାୟଣ ମଲିକ, ତିଆଡି ସାହି।୨) ଗାଣ୍ଡା @ ରାଜକୁମାର ରାଉତ।ଗିରଫ ଅଭିଯୁକ୍ତ ସଚ୍ଚିକାନ୍ତକୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀ ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ବିରୋଧରେ ପୂର୍ବରୁ ସମୂନ୍ଦ୍ରକୂଳ ଥାନାରେ ସମାନ ଅପରାଧିକ ମାମଲା ରହିଛି। ଯେଉଁଥିରେ ସେ କୋର୍ଟ ବେଲ୍ ରେ ଅଛି। ଉକ୍ତ କେସ୍ ରେ ଅଭିଯୁକ୍ତ ବେଲ୍ ସର୍ତ୍ତାବଳୀ ଭଙ୍ଗ କରିଥିବାରୁ, ତାର ସେହି ପୂର୍ବର ବେଲ୍ ଅର୍ଡର୍ ରିଜେକ୍ସନ୍ ପାଇଁ ମାନ୍ୟବର ଅଦାଲତ ଙ୍କୁ ଅବଗତ କରାଯିବ ।

Leave a Reply

Your email address will not be published. Required fields are marked *