ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ଷୋଳପୁର ମା ଅଢଙ୍ଗେଇ ଠାକୁରାଣୀ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃର୍ତ୍ତ।
ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ଷୋଳପୁର ମା ଅଢଙ୍ଗେଇ ଠାକୁରାଣୀ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃର୍ତ୍ତ। ଗତକାଲି ବିଳମ୍ଭିତ ରାତ୍ରିରେ ଚାରିଜଣ ଦୁର୍ବୁର୍ତ୍ତ ଦେହରେ କମଳ ଏବଂ ମୁହଁରେ ମୁଖା ପିନ୍ଧି ମନ୍ଦିର ଭିତରେ ପଶିବା ସହିତ ମାଙ୍କ ମନ୍ଦିର କବାଟ ଭାଙ୍ଗି ଅଳଙ୍କାର ସହିତ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ସକାଳୁ ମନ୍ଦିର ପୂଜକ ଦେଖିଲା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ଓ ପରେ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ମନ୍ଦିର ସିସିଟିଭି ଫୁଟେଜରେ ଚାରିଜଣ ଦୁର୍ବୁତ୍ତଙ୍କ ଚୋରି କରିଥିବା ଦୃଶ୍ୟ କୟଦ ହୋଇଥିବା ବେଳେ ସେହି ଆଧାରରେ ଗୋପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
