ସୂର୍ଯ୍ୟମନ୍ଦିର ଶବ୍ଦ ଆଲୋକ ଶୋରେ ପର୍ଯ୍ୟଟକଙ୍କ ଭିଡ

କୋଣାର୍କ,୧୮।୧ ରବିବାର ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସୋରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ରବିବାର ପ୍ରଥମ ଶୋରେ ୨୯୪ ପର୍ଯ୍ୟଟକ ଟିକେଟ କାଟି ସୋ ଉପଭୋଗ କରିଥିଲେ। ସୂର୍ଯ୍ୟମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ବରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ଅପଗ୍ରେଡେସନ କରାଯାଇ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ପାଇଁ ବ୍ୟବସ୍ଥା ହୋଇଛି। ଶବ୍ଦ ଓ ଆଲୋକ ମାଧ୍ୟମରେ ୪୦ମିନିଟର କାହାଣୀ ସୂର୍ଯ୍ୟମନ୍ଦିରରେ ପ୍ରଦର୍ଶିତ ହେଉଛି। ଓପନ ସାଉଣ୍ଡ ସିଷ୍ଟମରେ ହିନ୍ଦୀ ଭାଷାରେ ପର୍ଯ୍ୟଟକମାନେ ଏହାକୁ ମନଭରି ଉପଭୋଗ କରୁଛନ୍ତି। ଏକକାଳୀନ ୩ଶହରୁ ଅଧିକ ପର୍ଯ୍ୟଟକ ବସିବା ଭଳି ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ପର୍ଯ୍ୟନ୍ତ ଦୁଇଟି ସୋ ଚାଲୁଛି। ଗ୍ରୀଷ୍ମ ଦିନରେ ସମୟ ପରିବର୍ତ୍ତନ କରାଯିବ।

Leave a Reply

Your email address will not be published. Required fields are marked *