ଆଦିବାସୀ ମିଳିତ ସଂଘର୍ଷ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
।-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ମିଳିତ ସଂଘର୍ଷ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଗଣଧାରଣା ଦିଆଯାଇଛି । ଜିରିଡାମାଳି ଠାରୁ ଏକ ବିଶାଳ ରାଲିରେ ହଜାର ହଜାର ସଂଖ୍ୟକ ଆଦିବାସୀ ଲୋକ ନିଜର ପାରମ୍ପରିକ ବେଶଭୂଷାରେ ବିଭିନ୍ନ ନାରା ଦେଇ କାମାକ୍ଷାନଗର ସହର ପରିକ୍ରମା କରିଥିଲେ। ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଜର ନାର୍ଯ୍ୟ ଦାବି ପାଇଁ ଗଣଧାରଣାରେ ବସିଥିଲେ। ଦୀର୍ଘ ଦିନ ହେବ ଆଦିବାସୀ ଲୋକ ଜଙ୍ଗଲ ଅଧିକାର ଆଇନ ୨୦୦୬,ସଂଶୋଧିତ ନିୟମାବଳୀ ୨୦୧୨ ଏବଂ ମୋ ଜଙ୍ଗଲ ଜମି ଯୋଜନାର ସଠିକ କାର୍ଯ୍ୟକାରିତା,ଭୂମିହୀନ ମାନଙ୍କୁ ଘର ଡିହ ପଟ୍ଟା,ଆଦିବାସୀ ବସ୍ତିରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ଗ୍ରାମ୍ୟ ରାସ୍ତା ନିର୍ମାଣ ଆଦି ଦାବି ସମ୍ବଳିତ ପତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ତୁରନ୍ତ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ରାଜ୍ୟରେ ଆଦିବାସୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।
