ଉଦାସ ଆଶ୍ରମ ପକ୍ଷରୁ ସାଂସ୍କୃତିକ ଶୋଭାଯାତ୍ରା
– ଆଜି ସକାଳ 8ଟା ରେ ସ୍ଥାନୀୟ କଲେକ ଛକ ଠାରୁ ଉଦାସ ଆଶ୍ରମ ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସମୟ ଚକ୍ରରେ ମଣିଷ ଧର୍ମଠାରୁ ଦୁରେଇ ଯାଇ କୁସଂଗତକୁ ଅପଣେଇଛି । କଳିଯୁଗର ଶେଷ ଭାଗରେ ମଣିଷ ଭଗବାନଙ୍କ ଠାରୁ ଦୁରେଇ ଯାଇ କେବଳ ମୋର କେମିତି ଉନ୍ନତି ହେବ , ମୁଁ କେମିତି ଆଗେଇବି ତାହା ଉପରେ ସମସ୍ତେ ଏବେ ଲକ୍ଷ କରୁଛନ୍ତି । ମଣିଷ କିଭଳି ପାପ ଠାରୁ ଦୂରେଇ ରହିବ ଭଗବାନ ଙ୍କ ଶରଣରେ ନିଜକୁ କିପରି ସମ୍ପର୍ପି ଦେବ ଏହାକୁ ଆଖି ଆଗରେ ରଖୁ ଦୀର୍ଘବର୍ଷ ହେଲା ଉଦାସ ଆଶ୍ରମ କାର୍ଯ୍ୟ କରୁଛି । ଆଜି 19 ତାରିଖରୁ ଦୀର୍ଘ 11 ଦିନ ଧରି ଜଗତସିଂହପୁର ସ୍ଥିତ କାଠୁଆପାଟଣା ଉଦାସ ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଓ ଧର୍ମ ପୁସ୍ତକ ପାଠାଗାର ଉଦ୍ଘାଟନ କରାଯିବ । ଆଶ୍ରମର ବାବା ସ୍ୱାମୀ ଯଜ୍ଞସ୍ୱର ଦାସ ମହାରାଜ ସୂଚନା ଦେଇଛନ୍ତି । ଏହି 11 ଦିନ ବ୍ୟାପି ଚାଲିବାକୁ ଥିବା ଯଜ୍ଞ ରେ ଧର୍ମସଭା ,ପ୍ରବଚନ ,ସାଧୁସନ୍ତ ସମ୍ମିଳନୀ ଆୟୋଜନ କରାଯିବା ସହ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ତ ଓ ଜନସାଧାରଣ ଯୋଗଦେବାର ଅଛି ।
