ଜେକେପୁର ରେ ଶାରଦୀୟ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ

ଜେକେପୁର ରେ ଶାରଦୀୟ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ। ରାୟଗଡା ତା୨୩-୧୦-୨୩ ପ୍ରତିବର୍ଷ ପରି ଏ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ଜେକେ କାଗଜ କଳ ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୁଲିସ ଆରକ୍ଷୀ ଅଧୀକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଶ୍ରୀ ସନ୍ଦୀପ ପାଣ୍ଡେ, ମହା ପ୍ରବନ୍ଧକ (ମାନବ ସମ୍ବଳ ବିକାଶ ବିଭାଗ) ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଗଜ କଳ ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ତଥା ପୂଜା କମିଟି ଅଧ୍ୟକ୍ଷ, ବିଶ୍ୱଜିତ୍ ଦ୍ଵିବେଦୀ ଉପ ସଭାପତି (ବାଣିଜ୍ଯ), ପୂଜା କମିଟି, ସମ୍ପାଦକ, ଶୈଳେନ୍ଦ୍ର କୁମାର ସାମନ୍ତରାୟ, ସହ ସମ୍ପାଦକ, ଗଣେଶ ସିଂହ, କୋଷାଧ୍ୟକ୍ଷ ତଥା ପୂଜା କମିଟି ର ଅନ୍ୟନ୍ୟ ବରିଷ୍ଠ ସଦସ୍ୟ ଗଣ ଉପସ୍ଥିତ ଥିଲେ। ଉଦଘାଟନୀ ଉତ୍ସବ ଶେଷରେ ଚିତ୍ତରଞ୍ଜନ ମହାନ୍ତି, କମିଟି ସଦସ୍ୟ

ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଉଦଘାଟନୀ ଉତ୍ସବ ରେ ୨୧ ଟି ସ୍ଥାନୀୟ କଳାକାର ଦଳ ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସଂକୃତିକ କାର୍ଯ୍ୟକ୍ରମ ଆସନ୍ତା ୨୭.୧୦.୨୦୨୩ ଚାଲିବ। ବୀଜୟା ଦଶମୀ ଦିନ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ଦହନ ହେବା ସଙ୍ଗେ ସଙ୍ଗେ ଜୟ ଜଗନ୍ନାଥ ନାଟ୍ଯକଳା ପରିଷଦ ପକ୍ଷରୁ “ବାପା ପରିଚୟ ଖୋଜା ଚାଲିଛି ” ଅପେରା ପରିବେଷଣ କରାଯିବ। ୨୫ ତାରିଖ ଦିନ ବିଶାଖାପାଟଣା ଏଚ୍ଡି ମ୍ୟୁଜି କାଳ ନାଇଟ୍, ୨୬ ତାରିଖ ଦିନ ଭୁବନେଶ୍ଵର ର ଉପାସନା ମ୍ୟୁଜିକ୍ ଗ୍ରୁପ ଦ୍ୱାରା ମେଲୋଡି, ୨୭ ତାରିଖ ଦିନ ମୁମ୍ବାଇର ଇମ୍ରାନ ୱାରିସ ଓ ନଗମା ୱାରିସ କୱାଲି ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛ।

Leave a Reply

Your email address will not be published. Required fields are marked *