ସ୍ବାୟତ୍ତ ଶାସନ ଦିବସ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ।

ପୁରୀ ୩୧/୮ ଆଜି ସଂଧ୍ୟାରେ ଟାଉନ ହଲ ଠାରେ ପୁରୀ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପୂର୍ବ ପୁରୀ ସହର ଠାରୁ ବର୍ତ୍ତମାନ ସହରର କଳେବରର ଅନେକ ପରିବର୍ତ୍ତନ ଘଟିଛି ବୋଲି କହିଥିଲେ।ବର୍ତ୍ତମାନ ମହାନଗର ନିଗମ ଘୋଷଣା ପରେ ଅନେକ କାର୍ଯ୍ୟ କରାଯିବ।ଲୋକ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା କୁ ସମସ୍ତ ଉଦ୍ୟମ କରାଯିବ।ତେବେ ଲୋକ ମାନଙ୍କର ସହଭାଗିତା ଦାୟିତ୍ୱ କୁ ମଧ୍ୟ ଉପଲବ୍ଧି କରି ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ।ପୁରୀ ସହର କୁ ବିଶ୍ବ ସ୍ତରୀୟ କରିବାକୁ ସରକାର ଘୋଷଣା କରିଛନ୍ତି।ଏହାକୁ ଆମ ସମସ୍ତଙ୍କ ସହଯୋଗ ରେ ସଫଳ କରିବା ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ପୁରୀ ପୌରପାଳିକା ର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଦାସ,ପୂର୍ବତନ ଅଧ୍ୟକ୍ଷ ଗୌରହରି ପ୍ରଧାନ, ପୂର୍ବତନ

ଅଧ୍ୟକ୍ଷ ଶାନ୍ତିଲତା ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ଏ ବିଶ୍ବ ନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ପୁରୀ ମହାନଗର ନିଗମର ବର୍ତ୍ତମାନ ର ସ୍ଥିତି, ଆବଶ୍ୟକତା, ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଅଧ୍ୟକ୍ଷତା କରି ପୁରୀ ମହାନଗର ନିଗମ ର ଆୟୁକ୍ତ ଅଭିମନ୍ୟୁ ବେହେରା ସମସ୍ତଙ୍କୁ ସ୍ବାଗତ ସହ ମହାନଗର ନିଗମର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ଉପ ଆୟୁକ୍ତ ଅରଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଂଚାଳନ କରିଥିଲେ।ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୂତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *