ସାଇବର ସୁରକ୍ଷା ଅଭିଯାନ-୨୦୨୫
କୋରେଇ ପୋଲିସ ପକ୍ଷରୁ ଏସ୍.ବି.ଡି. ସ୍କୁଲ ପରିସରରେ ସାଇବର ସୁରକ୍ଷା ଅଭିଯାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଏସ୍..ଡି.ପି.ଓ. ଲକ୍ଷ୍ମୀଧର ସ୍ୱାଇଁ ଓ ସ୍କୁଲ ଅଧ୍ୟକ୍ଷ ଦେବାଶିଷ ଦୀକ୍ଷିତ ଯୋଗଦେଇ କିଭଳି ସାଇବର ଠକେଇରୁ ସୁରକ୍ଷିତ ରହିବେ ଆଲୋଚନା କରିଥିଲେ l ବିଶେଷ ଭାବରେ ଯେଭଳି ଆଜି କାଲି ଫୋନ କୁ ବିଭିନ୍ନ ଲୋଭ ଦାୟକ ମ୍ୟାସେଜ ଆସୁଛି ଯାହାକୁ ଜାଣି ନପାରି ଲୋକ ମାନେ ଲିଙ୍କ ଖୋଲି ଲକ୍ଷଧିକ ଟଙ୍କାର ଠକେଇର ଶିକାର ହେଉଛନ୍ତି ଏହା ଏବେ ଚିନ୍ତାର ବିଷୟ ପାଲଟିଛି l ତେବେ ଏହି ସାଇବର ଠକେଇରୁ କିଭଳି ସୁରକ୍ଷିତ ରହିବେ ଏସ୍.ଡି.ପି.ଓ. ଲକ୍ଷ୍ମଧର ସ୍ୱାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l କୋରେଇ ପୋଲିସ ପକ୍ଷରୁ ସାଇବର ସଚେତନତା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l
