ଦଣ୍ଡ ନାଟ ଆଜି ଅନୁଷ୍ଠିତ ହେଉଛି
ବ୍ରହ୍ମପୁର ସ୍ଥିତ ହିଲପାଟଣା ନିବାସୀ ,ଗଞାମ ଜିଲ୍ଲାରେ ବସ ସେବା ଯୋଗାଉ ଥିବା କାନକାରାଓ ଙ୍କ ବାସ ଭବନ ରେ ଦଣ୍ଡ ନାଟ ଆଜି ଅନୁଷ୍ଠିତ ହେଉଛି । ବ୍ରହ୍ମପୁର ନିକଟସ୍ଥ ବେନ୍ଧାଳିଆ ପୁଞ୍ଜା ର ଦଣ୍ଡ ନାଟ ଅନୁଷ୍ଠିତ ହୋଇଛି । ଆଜିର ସନ୍ଧ୍ୟା ଆଳତି ବେଳେ ପ୍ରାୟ 500 ଉର୍ଦ୍ଧ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ ।ସ୍ବର୍ଗତ କାନକା ରାଓ ଗଞ୍ଜାମ ଜିଲ୍ଲାରେ ବହୁ ବର୍ଷ ପୂର୍ବେ ତାଙ୍କ ବସ ସେବା ଯୋଗାଇବାରେ ଜିଲ୍ଲାରେ ପ୍ରଥମ ବେସରକାରୀ ବଡ଼ ବସ ସେବା ଥିଲା । ବର୍ତ୍ତମାନ ତାଙ୍କର ବସ ଚାଲିଛି । ତାଙ୍କ ପରିବାର ର ଧର୍ମ ପର୍ତ୍ନି ମୁତା ବେଦବତୀ ,ବଡ଼ପୁଅ ଏମ୍. ଏସ. ଶ୍ରୀନିବାସ, ସାନପୁଅ ଏମ୍ ଏସ ଶେଖର ଓ ତାଙ୍କ ପରିବାର ସହ ସ୍ଥାନୀୟ ହିଲପାଟଣା ବାସିନ୍ଦା, କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, କର୍ପୋରେଟର ସୁରେନ୍ଦ୍ର ମହାରଣା ,ବଳରାମ ପଣ୍ଡା, କେ ଧନଞ୍ଜୟ ରାଓ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ ।
