ଶୁଖିଲା ପଡିଛି ବସୁଧା ପ୍ରକଳ୍ପ ଏପଟେ ଗୋଟିଏ ନଳକୂପ ସାହାଭରସା
ଡହ ଡହ ଖରାରେ ଡହଳ ବିକଳ ଭାଲୁଘାଟି ଗ୍ରାମବାସୀ, ରାଜ୍ୟ ସରକାର ଙ୍କ ବସୁଧା ପ୍ରକଳ୍ପ ଏଠି କାର୍ଯ୍ୟକ୍ଷମ ହେବା ଆଗରୁ ଭାଙ୍ଗି ଭୁଶୁଡି ପଡିଛି, ତେବେ କେବେ ମିଳିବ ପାଣି ଆଉ କେବେ ଦୁରହେବ ଭାଲୁଘାଟି ର ଜଳକଷ୍ଟ ନିର୍ବାଚନ ପରେ ନିର୍ବାଚନ ଆଉ ପ୍ରତିଶୃତି ପରେ ପ୍ରତିଶୃତି, କିନ୍ତୁ ସୁଧୁରି ପାରୁନି ଦୁର୍ଗମ ର ଦୁର୍ଗତି, କେଉଁଠି ରାସ୍ତା ନଥାଇ ଲୋକେ ଖଟିଆରେ ବୁହା ହେଉଛନ୍ତି ତ କେଉଁଠି କରେଣ୍ଟ ନଥାଇ ଲୋକେ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି ହେଲେ ସବୁଠାରୁ ଦୟନୀୟ ହେଉଛି ଜଳକଷ୍ଟ, ଯେଉଁଠି କି ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଆଣ୍ଠେଇ ପଡିଛି,ଗ୍ରାମବାସୀ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ବେଳେ ଲୋକଙ୍କୁ ଉପହାସ କଲାଭଳିଆ ଘର ଆଗରେ ପୋତି ଦେଇଛନ୍ତି ଗୋଟିଏ ଗୋଟିଏ ନଳ, ଏହା ମାସେକି ଦୁଇମାସ ନୁହେଁ ବର୍ଷେ ସଂଖ୍ୟା ହେବ ପୋତି ଦେଇ ଚାଲିଗଲେ ଜେ ଗଲେ,ଏବେ ସବୁ ଭାଙ୍ଗିଭୁଶୁଡି ପଡିଛି, ଏପେଟେ ବସୁଧା ପ୍ରକଳ୍ପ ଟା ଖାଁ ଖାଁ ହୋଇ ଡହ ଡହ ଖରାରେ ଶୁଖିଲା ପଡିଛି,ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ କି 47. 31 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ବସୁଧା ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେଉଣୁ ପୁଣି ଏହାର ମରାମତି ଲାଗି ଆଉ କେତେ ଅର୍ଥ ଆଉ କେଉଁ ପାଣ୍ଠିରୁ ଦରକାର ପଡିବ? ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଟେମେରା ଗ୍ରାମପଂଚାୟତ ଅନ୍ତର୍ଗତ ଭାଲୁଘାଟି ଗାଁ, ଗାଁ ରେ ପାଖା ପାଖୀ ପଚାଶ ପରିବାର ବସବାସ କରୁଥିବା ବେଳେ ଏବେ କରେଣ୍ଟ ଆଉ ପାଣିକୁ ନେଇ ନାହିଁ ନଥିବା ସମସ୍ୟା ଭୋଗୁଥିବା କହିଛନ୍ତି। ଗାଁ ମୁଣ୍ଡରେ ରହିଛି ଗୋଟିଏ ଅଚଳ ନଳକୂପ, ଦୀର୍ଘ ଦିନ ଧରି ଅଚଳ ହୋଇ ସେମିତି ପଡିରହିଥିବା ବେଳେ ଗାଁ ମଝିରେ ଥିବା ଗୋଟିଏ ମାତ୍ର ନଳକୂପ ଉପରେ ସମସ୍ତ ପରିବାର ନିର୍ଭର କରିଆସୁଛନ୍ତି, ଲୋକଙ୍କ ଗାଧୁଆ ହେଉ ଲୁଗା ସଫାକରିବା ହେଉ କି ପିଇବା ଲାଗି ପାଣି,ଏ ସବୁ ଏବେ ଏଇ ଗୋଟିଏ ନଳକୂପ ହିଁ ଏମାନଙ୍କର ସାହାଭରସା ପାଲଟିଛି। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହା ଯଦି ଅଚଳ ହୋଇପଡେ ତେବେ ଶିଶୁ ଠାରୁ ବୃଦ୍ଧଙ୍କୁ ନାଳ ପାଣି ପିଇ ଦିନ କାଟିବାକୁ ପଡିଥାଏ। ଆଜକୁ ବର୍ଷେ ଉପରେ ହେବ ବସୁଧା ଯୋଜନାରେ ପ୍ରତି ଘର ଆଗରେ ଗୋଟିଏ ଗୋଟିଏ ନଳ ପୋତିଦେଇ ଚାଲିଗଲେ ଯାହାକି ବର୍ତ୍ତମାନ ସବୁ ଭାଙ୍ଗି ଭୁଶୁଡି ଗଲାଣି ଆଉ କେତେ ଜାଗାରେ ଗୋରୁ ଗାଈ ବାନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଥିଲା,ରାଜ୍ୟ ସରକାରଙ୍କ ବସୁଧା ଯୋଜନା ର ଏଭଳି ଦୟନୀୟ ସ୍ଥିତି ସ୍ଥାନୀୟ ନିର୍ବାଚିତ ନେତୃତ୍ୱ ର ଏହି ଅଞ୍ଚଳବାସୀଙ୍କ ପ୍ରତି କେତେ ଆନ୍ତରିକତା ରହିଛି ତାହା ଜଳ ଜଳ ହୋଇ ପ୍ରମାଣ କରୁଛି । ଏପଟେ ଦିନକୁ ଦିନ ଗ୍ରୀଷ୍ମ ର ପ୍ରକୋପ ବଢିଚାଲିଛି ହେଲେ ଗ୍ରାମବାସୀ ସେହି ଶୁଖିଲା ନଳ କୁ ଦେଖି ଦେଖି କେବେତ ଦିନେ ପାଣି ଆସିବ ଏଇ ଆଶା ନେଇ ଚାହିଁ ବସିଛନ୍ତି ହେଲେ ଖରା ଏମିତି ବଢ଼ି ଚାଲିଛି ଯେ କେତେବେଳେ ଏହି ଥିବା ନଳକୂଅଟି ଯଦି ଅଚଳ ହୋଇଯିବ ତେବେ ଭାଲୁଘାଟି ଗ୍ରାମବାସୀ ଙ୍କ ଦୁର୍ଦ୍ଧଶା ବଢ଼ିଯିବା ସ୍ୱାଭାବିକ ପୁଣି ସେଇ ନାଳ ପାଣି ହିଁ ଗ୍ରାମବାସୀଙ୍କ ଜଳକଷ୍ଟ ଲାଗି ଭରସା ହେବ, ତା ଛଡା ଶିକ୍ଷା ଆଉ ସ୍ୱାସ୍ଥ୍ୟ କଥାକୁ ନେଇ ମଧ୍ୟ ଗ୍ରାମବାସୀ ଖୁବ ଚିନ୍ତିତ ଥିବା କହିଛନ୍ତି , ଗାଁ ର କୁନି କୁନି କୋମଳମତି ଶିଶୁ ଅଙ୍ଗନୱାଡି ପ୍ରି ସ୍କୁଲ ହେଉ କି ଟିକାକରଣ ସେଥିଲାଗି ପାଖାପାଖି ଦୁଇ କିଲୋମିଟର ଯିବାକୁ ପଡିଥାଏ ଭାଲୁଘାଟି ଗାଁରୁ, ଏଭଳି ଅନେକ ସମସ୍ୟାକୁ ନେଇ ଗ୍ରାମବାସୀ ଦିନ କାଟୁଥିବା ବେଳେ ନେତାଙ୍କ ଦର୍ଶନ କେବଳ ନିର୍ବାଚନ ବେଳେ ହିଁ ହୋଇଥାଏ!ତେଣୁ ଏଥର ପାଣି ନାହିଁ ତ ଭୋଟ ନାହିଁ ଏଭଳି କହିଛନ୍ତି ଗ୍ରାମବାସୀ
