ଅସହାୟ ଓ ଶାରୀରିକ ଭିନ୍ନକ୍ଷମ ଲୋକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଡାଇଲେ ବିପଦବନ୍ଧୁ ସେବା ସଂଗଠନ

ତିହିଡ଼ି, ଭଦ୍ରକ- ସଂଗଠନର ସଭାପତି କୈଳାଶ ସାହୁ ଉପ ସଭାପତି ସୁଜିତ ସାହୁ ଏବଂ ସମ୍ପାଦକ ଅଲେଖ ଜେନାଙ୍କ ନିଷ୍ପତି ଓ ମତାମତ କ୍ରମେ ଗତ ୯/୧୧/୨୧ ରିଖ ତିହିଡି ଅଞ୍ଚଳର ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନ ତିହିଡି ବ୍ଲକ ପୀରହାଟ, ମାଲପୁର ଭିତରପାଳ ଗ୍ରାମରେ କିଛି ଶାରୀରିକ ବିକଳାଙ୍ଗ ପିଲା ଏବଂ ବୃଦ୍ଧ ବୃଦ୍ଧାମାନଙ୍କୁ ସଂଗଠନ ତରଫରୁ କିଛି ଶୁଖିଲା ଖାଦ୍ୟ ସହିତ ମଶାରୀ ପ୍ରଦାନ କରାଯାଇଥିଲା। ତତ ସଙ୍ଗେ ଆଜି “ଶିଶୁ ଦିବସ”ଉପଲକ୍ଷେ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ କିଛି ଶାରୀରିକ ଭିନ୍ନକ୍ଷମ ଲୋକ ଓ କିଛି ବିଧବା ଲୋକ ତତ ସଙ୍ଗେ ସଙ୍ଗେ ବୃଦ୍ଧ ବୃଦ୍ଧା ମାନଙ୍କୁ କିଛି ମଶାରୀ କିଛି ଦିନ ଚଳିବା ପାଇଁ ସହିତ ଚୁଡା ମୁଡି, ବିସ୍କୁଟ, ଚିନି ଆଦି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ସଂଗଠନର ଦୁଇ ବରିଷ୍ଠ ମାର୍ଗଦର୍ଶକ ରମାକାନ୍ତ ସ୍ୱାଇଁ ଓ ଚିତ୍ତରଞ୍ଜନ ମହାନ୍ତି ଆମ ଅଞ୍ଚଳରେ ଏହି ପ୍ରକାରର କାର୍ଯ୍ୟକ୍ରମ କରିବା ପାଇଁ ଦୂରରେ ଥାଇ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ ଓ ସାହାଯ୍ୟ ହାତ ବଡାଇଥିଲେ।ଏହାର ପରିଚାଳନା ଦାୟିତ୍ୱ ନେଇଥିଲେ ସଂଗଠନର ସଭାପତି କୈଳାଶ ସାହୁ ମୁଖ୍ୟ ଉପଦେଷ୍ଟା ରଞ୍ଜନ ଶୁକ୍ଳ ଓ ସମ୍ପାଦକ ଅଲେଖ ଜେନା ଯାହାହେଉ ସଂଗଠନ ଏହିଭଳି ମହାନ ସେବା କାର୍ଯ୍ୟକୁ ପୀରହାଟ, ମାଲପୁର ଏବଂ କୁବେରା ଦୀପବାଡ଼ି ଗ୍ରାମବାସୀଙ୍କ ତରଫରୁ ଭୂୟସୀ ପ୍ରଶଂସା ମିଳିବା ସହିତ ସଂଗଠନକୁ ଆଶ୍ରିବାଦ ପ୍ରଦାନ କରାଯାଇଅଛି, ଓ ବିଭିନ୍ନ ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ସଂଗଠନର ଏହିଭଳି କାର୍ଯ୍ୟକୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସଂଗଠନର ଏହିଭଳି ସେବା କାର୍ଯ୍ୟକୁ ଆୟୋଜନ କରିବା ପାଇଁ କୋଷାଧକ୍ଷ ରାଜେୟ ବାରିକ, ମେଡିଆ ସଂଯୋଜକ ତଥା ଟିମ ପରିଚାଳକ ଲୋକନାଥ ପରିଡା, ତପନ ବାରିକ,ସ୍ୱପ୍ନା ନାୟକ,ରଞ୍ଜନ, ବିଟୁଳି, ପିତନ, ବୁଲୁ, ରାଜେଶ, କୁଶ କିଶୋର ଆଦି ପ୍ରମୁଖ ସମାଜସେବୀ ମାନଙ୍କର ଆପ୍ରାଣ ଉଦ୍ୟମ ଓ ସହଯୋଗରେ ପରିଚାଳନା କରାଯଇ ଥିଲା।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *