କଳାଧଳାର ରଙ୍ଗୀନ ହେଲା ସ୍ମାର୍ଟ ସ୍କୁଲ 5-T ବିଦ୍ୟାଳୟ ଉଦ୍ଘାଟନୀ ଉତ୍ସବ ; ସାବରଙ୍ଗ ହାଇସ୍କୁଲରେ ୧୭ ଟି ବିଦ୍ୟାଳୟର ଫଳକ ରେଡି
ଭଦ୍ରକ :୧୪/୧୧:- ଆଜି ପବିତ୍ର ଶିଶୁ ଦିବସ ଅବସରରେ ସାବରଙ୍ଗ ହାଇସ୍କୁଲ ପରିସରରେ ଜିଲ୍ଲାର ୧୭ ଟି 5-T ବିଦ୍ୟାଳୟର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହେଉଛି । ରାଜ୍ୟର ଦ୍ଵିତୀୟ ପର୍ଯ୍ୟାୟ ଲୋକାର୍ପଣ ଉତ୍ସବ ନାମରେ ଭଦ୍ରକ ଜିଲ୍ଲାରେ 5-T ରୂପାନ୍ତରଣ ଯୋଜନାରେ ୧୭ଟି ହାଇସ୍କୁଲ ସ୍ଥାନ ପାଇଛି । ଏଥିପାଇଁ ସଜେଇ ହୋଇଛି ସାବରଙ୍ଗ ହାଇସ୍କୁଲ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମୁଖ୍ୟମନ୍ତ୍ରୀ ଏବଂ 5-T ସଚିବଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏହାକୁ ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉଦ୍ଘାଟନ ସମାରୋହରେ ଭଦ୍ରକ ଜିଲ୍ଲା ପାଇଁ କେବଳ ଭଦ୍ରକ ବିଧାୟକ ଓ ଭଦ୍ରକ ଜିଲ୍ଲାପାଳଙ୍କୁ କହିବାକୁ ସୁଯୋଗ ମିଳିବ । ଏହି କାର୍ଯ୍ୟକ୍ରମକୁ ନେଇ ସଂପୃକ୍ତ ସ୍କୁଲ ମାନଙ୍କର ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏହି ସମସ୍ତ ସ୍କୁଲର କାର୍ଯ୍ୟକୁ ନିଜେ ତଦାରଖ କରିବା ସହିତ ଆଜିକା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
