ବ୍ରିଜ ତଳକୁ ଖସିଲା ସ୍କୁଟି, ଘଟଣା ସ୍ଥଳ ରେ ତିନି ମୃତ

କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଆଜି ସକାଳୁ ସକାଳୁ ଏକ ଶୋକାକୁଳ ପରିବେଷ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣା ରୁ ଜଣା ପଡିଛି 7/4/24 ରାତ୍ର 9 ଘଣ୍ଟା ସମୟ ରେ ତିନି ସାଙ୍ଗ ବ୍ରହ୍ମାନନ୍ଦ ଭୋଇ, ବସନ୍ତ ପଣ୍ଡା ଓ କୁଶଳ ଦିଗଲ ଯାତ୍ରା ଦେଖି ରାଇକିଆ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥୁବା ବେଳେ ମଣ୍ଡାକିଆ ନିକଟ ବୁଡାମାହା ଗ୍ରାମ ର ଏକ ବୁଲାଣିଆ ରାସ୍ତା ଠାରେ ଭାରସାମ୍ୟ ହରାଇ ଶଙ୍ଖ ତଳକୁ ଖସି ଯାଇଥିଲେ ଯାହା ଫଳ ରେ ଘଟଣା ସ୍ଥଳ ରେ ହିଁ ତିନି ଜଣ ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଅଛି।

ସକାଳୁ ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଂଚି ଗାଡି କୁ ଜବତ କରିବା ସହିତ ଉକ୍ତ ବ୍ୟକ୍ତି ମାନଙ୍କୁ ଆମ୍ବୁଲାନ୍ସ, ଓ ଅଗ୍ନିଶମ ବାହିନୀ ଙ୍କ ସହାୟତା ରେ ରାଇକିଆ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିବା ବେଳେ ଡାକ୍ତର ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ। ପୋଲିସ ଶବ ବ୍ୟବଛେଦ ସକାଶେ ଶବ ଗୁଡିକୁ ଶବ ବ୍ୟବଛେଦ ଗୃହ କୁ ପଠାଇବା ସହିତ କିଭଳି ଦୁର୍ଘଟଣା ଘଟିଲା ତାହା ଉପରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଅଛି।

Leave a Reply

Your email address will not be published. Required fields are marked *