ନାବାଳିକା ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ

ଭଦ୍ରକ:୧୮/୧୧:- ଏକ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ପ୍ରଣତି ଶାହା ଖଇରା ଥାନା ଘୁସୁରି ଗଡିଆ ଗ୍ରାମର ମାୟାଧର ଜେନାଙ୍କ ପୁତ୍ର ମାନସ ଜେନା (୩୮)ଙ୍କୁ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ଦଫା ୬ରେ ଆଜୀବନ ଜେଲ ଓ ୨୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପିଡିତାକୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ ଗତ ୩.୧୧.୨୦୧୭ ରିଖ ସଂଧ୍ୟା ୭ଟାରେ ଚରମ୍ପା ଡଗରା ସାହି ଗ୍ରାମର ରବିନ୍ଦ୍ର କୁମାର ନାୟକଙ୍କ ନାବାଳିକା କନ୍ୟା ଘର ସମ୍ମୁଖରେ ଖେଳୁଥିବା ସମୟରେ ସେହି ଗ୍ରାମରେ ଭଡାରେ ରହୁଥିବା ଅଭିଯୁକ୍ତ ମାନସ ଜେନା ତାକୁ ନିଚ୍ଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯ୍ୟାତନା ଦେବା ସହ ତାର ଯୌନାଙ୍ଗରେ ନିଜ ଆଙ୍ଗୁଠି ପୁରାଇ କ୍ଷତାକ୍ତ କରି ଦେଇଥିଲା। ଏ ବିଷୟରେ ପିଡିତା ତା ମାଆ ପାଖରେ କହିବା ପରେ ତାର ବାପାଙ୍କ ଅଭିଯୋଗ କ୍ରମେ ଭଦ୍ରକ ଟାଉନ ଥାନା କେସ ନଂ-୩୩୪/୧୭ ଦଫା ୩୭୬ ଓ ପୋକ୍ସୋ ଆଇନର ଧାରା ୬ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନ ଠାରୁ ମାନସ ଜେଲରେ ବିଚାରାଧିନ ବନ୍ଦୀ ଭାବରେ ଅଟକ ଅଛି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବଟକୃଷ୍ଣ ଦାସ ଓ ଅରୁଣ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *