ଜାତୀୟ ରାଜପଥ ଚରମ୍ପା ମର୍ମାହତ ସଡ଼କ ଦୁର୍ଘଟଣା


ଭଦ୍ରକ:୧୮/୧୧:– ୧୬ ନଂ ଜାତୀୟ ରାଜ୍ୟ ରାଜପଥ ଚରମ୍ପା ନିକଟସ୍ଥ ITI ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୂର୍ଘଟଣାରେ ଯୁବତୀଙ୍କ ଶୋଚନୀୟ ମୃତ୍ୟୁ । ସୂଚନା ଅନୁଯାୟୀ, ଏକ ସ୍କୁଟି ଯୋଗେ ଯୁବତୀ ଜଣକ ଯାଉଥିବା ସମୟରେ, ବିପରିତ ଦିଗରୁ ଦ୍ରୁତ ଗତିରେ ଓଭର ଟେକ୍ କରି ଆସୁଥିବା ଟ୍ରକଟି ଚଢିଯାଇଥିଲା ସ୍କୁଟି ଚାଳକଙ୍କ ଉପରେ ।ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାରିଥିବାରୁ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଟ୍ରକ୍ ଟିକୁ ଜବତ୍ କରିବା ସହ ଲୋକଙ୍କୁ ବୁଝା ସୁଝା ପରେ ଶବକୁ ଉଦ୍ଧାର କରି ବେବଛେଦ ପାଇଁ ମୂଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି । ମୃତ ଯୁବତୀଙ୍କ ଘର ଚରମ୍ପା ବରାଳ ପୋଖରୀ ଅଞ୍ଚଳ ୧ନମ୍ବର ଓ୍ବାର୍ଡର ଶମ୍ଭୁନାଥ ଦଳେଇଙ୍କ ୩୭ ବର୍ଷିୟା କନ୍ୟା ଉର୍ବଶୀ ଦଳେଇ ବୋଲି ଜଣାପଡିଛି। ଯୁବତୀ ସ୍କୁଟି ଯୋଗେ ଚରମ୍ପା ସ୍ଥିତ ନିଜ ଟେଲର ଦୋକାନକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଉର୍ବଶୀ ତାଙ୍କ ପରିବାର ଏକ ମାତ୍ର ରୋଜଗାରକ୍ଷମ ଝିଅ ଥିଲେ । ତାଙ୍କ ମୃତ୍ୟୁ ରେ ବରାଳ ପୋଖରୀ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ -:ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *