ଧାମନଗର:ଏକ ନିଆରା ପୂଜା ମା ନୀଳ ସରସ୍ଵତୀଙ୍କର


ସାରା ଦେଶରେ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଉଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ମଧ୍ୟ ସେହିପରି ବିଭିନ୍ନ ପୂଜା ମଣ୍ଡପ ରେ ମା ଜଗତ ଜନନୀ ଶକ୍ତି ସୋରିପୁଣୀ ମା ଦୁର୍ଗା ପୂଜା ପାଉଥିବା ବେଳେ, ଧାମନଗର ବ୍ଲକର ଗୋବିନ୍ଦପୁର ଗ୍ରାମରେ ଏକ ନିଆରା ପୂଜା ମା ନୀଳ ସରସ୍ବତୀଙ୍କ କରାଯାଉଛି। ଏହି ପରମ୍ପରା ପ୍ରାୟ୧୫୦ ବର୍ଷ ପୂର୍ବରୁ ଆରମ୍ଭ କରାଯାଇ ଥିଲା ବୋଲି ଗ୍ରାମବାସୀମାନେ ସୂଚନା ଦେଇଛନ୍ତି। ମା ନୀଳ ସରସ୍ବତୀ ମା ଦୁର୍ଗାଙ୍କର ଆଦ୍ୟ ରୂପ ବୋଲି ଜ୍ଞାନୀମାନେ ପ୍ରକାଶ କରିଛନ୍ତି. ଏହି ପୂଜା ର ସମସ୍ତ ନୀତିକାନ୍ତି ୪ଦିନ ଧରି ପାଳନ କରାଯାଏ. ସପ୍ତମୀ ପୂଜା ବା କଳସ ଯାତ୍ରା, ମହାଷ୍ଟମୀ, ନବମୀ ପୂଜା ଏବଂ ଦଶହରା. ଦଶହରା ଦିନ ଏଠାରେ ବସୁଆ ବଳଦ ନାଚ ଓ ରାବଣ ପୋଡି ବହୁ ପ୍ରସିଦ୍ଧ.କରୋନା କଟକଣା ଯୋଗୁଁ କିଛି ବର୍ଷ ହେବ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାବଣ ପୋଡି ଉତ୍ସବକୁ ବନ୍ଦ କରାଯାଇଛି। ମହାମାରୀ ହେତୁ ଲୋକ ସମାଗମକୁ କାମ କରି ସମସ୍ତ ପାରମ୍ପରିକ ରୀତିରେ ପୂଜା ପାଉଛନ୍ତି ମା ନୀଳ ସରସ୍ବତୀ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *