ଧାମନଗର:ନାବାଳିକା ଝିଅ ସହ ଦୁଷ୍କର୍ମ କରି ବନ୍ଧା ହେଲେ ଯୁବକ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ଥିବା ଭାଗିବିନ୍ଧା ଅଞ୍ଚଳରେ ଗୋଟିଏ ଅଷ୍ଟମ ଶ୍ରେଣୀ ଝିଅକୁ ଦୁଷ୍କର୍ମ କରି ଖୁଣ୍ଟରେ ବନ୍ଧା ହେଲେ ଯୁବକ.ଯୁବକ ଜଣକ ପାଳରେ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ.ଘରେ କହିଲେ ଜୀବନରୁ ମାରିଦେବାକୁ ବି ଦେଇଥିଲେ ଧମକ.ତେବେ ପରିବାର ଲୋକ ଏ ନେଇ ଧାମନଗର ଥାନା କୁ ଖବର ଦେଇଥିଲେ।ଆଜି ସକାଳୁ ଝିଅର ମା ଯୁବକକୁ ଆଣି ଏକ ଖୁଣ୍ଟରେ ବାନ୍ଧି ଥିଲେ ଏବଂ ତାକୁ ଏଭଳି କାହିକି କଲୁ ବୋଲି ପଚାରିବାରୁ ସେ କହୁଛି ମୁଁ ମଦ ପିଇ ଏମିତି କରିଛି ।ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି.ପରେ ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *