ଧର୍ମଶାଳା ବ୍ଳକ ର ସୁନାମଧନ୍ୟ ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ଧର୍ମଶାଳା ବ୍ଳକ ର ସୁନାମଧନ୍ୟ ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ବିଶିଷ୍ଟ ପରିବେଶବିତ୍ ତଥା ବାଲିକୁଦିଆ ପ୍ରାଥମିକ ବିଦ୍ୟାଳୟ ର ସୁନାମଧନ୍ୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଶିଷ୍ଟ ଶିକ୍ଷାବିତ୍ ଧୃବଚରଶ ରାଉତ ଙ୍କ ଅଧ୍ୟକ୍ଷତାରେ ବାଲିକୁଦିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛ

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବ୍ଳକ ର ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମମିତା ମହାନ୍ତି , ରାଜ୍ୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ମିଶ୍ର ଧର୍ମଶାଳା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯୁଗଳ କିଶୋର ଦାଶ , ପୂର୍ବତନ ବ୍ଳକ ଶିକ୍ଷକ ସଂଘ ସଭାପତି ଅକ୍ଷୟ କୁମାର ମଲ୍ଲ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲଛମନ ବାରିକ୍, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିଖିଳ ନାରାୟଣ ଦେ, ପ୍ରକାଶ କୁମାର ନାୟକ, ବିଦ୍ୟାଧର ବେହେରା, ଦେବେନ୍ଦ୍ର କୁମାର ସାମନ୍ତ, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୈାରଭ ସ୍ନିଗ୍ଧ ପଟ୍ଟନାୟକ ବୀରବର ନାୟକ ଉପସ୍ଥିତ ହୋଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବହୁ ମୁଖୀ କାର୍ଯ୍ୟାବଳୀ କୁ ପ୍ରଶଂସା କରିଥିଲେ। ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି, ସହକାରୀ ଶିକ୍ଷୟିତ୍ରୀ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ମଲ୍ଲ ଙ୍କୁ ମାନପତ୍ର ଉପଢୌକନ। ଓ ପୁଷ୍ପଗୁଛ , ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *