ଢେଙ୍କାନାଳ ଜିଲ୍ଲା କୁକୁଡ଼ା ମାଲିକ ସଂଘ ବୈଠକ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କୁକୁଡ଼ା ମାଲିକ ସଂଘ ବୈଠକ ଢେଙ୍କାନାଳ ଗେଙ୍ଗୁଠିଆ ଠାରେ ଅନୁଷ୍ଠିତ ହେଇଥିଲା ।ଅଶ୍ୱନି ବରାଳଙ୍କ ସଭାପତିତ୍ୱରେ ସଭାକର୍ୟ୍ଯ ଅନୁଷ୍ଠିତ ହେଇଥିଲା ।ମୁଖ୍ୟଅତିଥି କୁକୁଡ଼ା ମାଲିକ ସଂଘ ରାଜ୍ୟ ଆବାହକ ନୀଳାଚଳ ପରିଡା ଯୋଗଦେଇଥିଲେ ।ମୁଖ୍ୟଅତିଥି ବକ୍ତବ୍ୟରେ କହିଥିଲେ ସାମ୍ପ୍ରତିକସ୍ଥିତିରେ କୁକୁଡ଼ା ମାଲିକ ମାନେ ଏଗ୍ରିମେଣ୍ଟରେ କୁକୁଡ଼ା ଚାଷ କରୁଥିବା କମ୍ପାନୀ ମାନେ କୁକୁଡ଼ା ମାଲିକ ମାନଙ୍କୁ ପ୍ରାପ୍ୟ ଠିକ ରେ ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିବା ସହିତ ସରକାର ସମସ୍ତ କୁକୁଡ଼ା ମାଲିକ ମାନଙ୍କୁ ଚିହ୍ନଟ କରି ମୌଳିକ ସମସ୍ୟା ଉପରେ ଗୁରୁତ୍ବ ଦେବେ ତାଉପରେ ଆଲୋଚନା କରିଥିଲେ ।ରାଜ୍ୟ ରେ ୧୭ ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଆଜି ଢେଙ୍କାନାଳ ଜିଲ୍ଲାର କୁକୁଡ଼ା ମାଲିକ ମାନଙ୍କ ସାଙ୍ଗଠନିକ ଉପରେ ଆଲୋଚନା କରାଯାଇ ଜିଲ୍ଲାର ୮ ଟି ବ୍ଲକ ର କୋଡ଼ିନେର ଚୟନ କରାଯାଇଥିଲା ।ଆଗକୁ କୁକୁଡ଼ା ମାଲିକ ମାନେ ଏକଜୁଟ ହେଇ ନିଜର ପ୍ରାପ୍ୟ ପାଇଁ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ଥିବା ମାଲିକ ମାନେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରମେଶ ମିଶ୍ର,ବିକାଶ ନାଥ,ନରେନ୍ଦ୍ର ଖଟୁଆ ଙ୍କ ସହିତ ୩୦୦ ରୁ ଉର୍ଦ୍ଧ୍ବ କୁକୁଡ଼ା ମାଲିକ ଯୋଗଦେଇଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *