ଆଇରନ୍ କ୍ରସରକୁ ବିରୋଧ କରି ଧାରଣାରେ ବସିଲେ ଗ୍ରାମବାସୀ
ଘଟଗାଁ-ଶିଳ୍ପ ପାଇଁ ସମସ୍ତ ନିୟମକୁ ଫୁ । ଜଙ୍ଗଲର ମୂଲ୍ୟବାନ ଗଛକୁ ନଷ୍ଟ କରି କ୍ରସର ନିର୍ମାଣ ଚାଲିଥିବା ଅଞ୍ଚଳବାସୀ ବିରୋଧ କଲେ ଆକ୍ରୋସର ଶିକାର ହେଉଛନ୍ତି । ସବୁ ଜାଣି ଅଜଣା ପରି ପ୍ରଶାସନ ଚୁପ ରହିବା ରାଜସ୍ୱ ଓ ବନ ବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି । ଘଟଗାଁ ବ୍ଲକ ଅନ୍ତର୍ଗତ ବେଢାପାଳ ଗ୍ରାମ ମଧ୍ୟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଥିବା ଷ୍ଟୋନ କ୍ରସରକୁ ବଡ କରି ଆଇରନ କ୍ରସର ନିର୍ମାଣ ଚାଲିଥିବା ବେଳେ ଏହି କ୍ରସର ନିର୍ମାଣ ପାଇଁ ଗ୍ରମ୍ୟ ଜଙ୍ଗଲ ସହ ପାଖରେ ଥିବା ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି । ଯାହାକୁ ସ୍ଥାନିୟ ଲୋକେ ବିରୋଧ କରିବା ସହ ଉତେଜନା ପ୍ରକାଶ କରିଛନ୍ତି । ସମ୍ପୁର୍ଣ୍ଣ ଖବର ଅନୁସାରେ ଗାମ୍ୟ ଜଙ୍ଗଲ ମଧ୍ୟରେ ନିର୍ମାଣ ହେଉଛି ଆଇରନ କ୍ରସର । କ୍ରସର ପାଇଁ ଜଙ୍ଗଲ ମଧ୍ୟରେ ରାସ୍ତା ହେଉଛି ଓସାର ଯାହା ମଧ୍ୟରେ ରହିଛି ଅନେକ ଗଛ । କ୍ରସର ପାଇଁ ନିର୍ମାଣ ହୋଇଥିବା ପାଚେରୀ ମଧ୍ୟରେ ରହିଛି ଶହ ଶହ ଗଛ । ଏଥି ସହ ଅନେକ ଗଛ ମଧ୍ୟ କଟା ହୋଇ ସାରିଛି । କିନ୍ତୁ ଏଥି ପାଇଁ ନା ମିଳିଛି ବନ ବିଭାଗର ଅନୁମତି ନା ମିଳିଛି ରାଜସ୍ୱ ବିଭାଗର ଅନୁତମତି । ଏହି ଚିତ୍ର ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବେଢାପାଳ ଗ୍ରାମ ମଧ୍ୟରେ ଥିବା ଗ୍ରାମ୍ୟ ଜଙ୍ଗଲର । ଏଠାରେ ପୂର୍ବରୁ ଏକ ଛୋଟ ପଥର କ୍ରସର ରହିଥିଲା । ବର୍ତମାନ ଏହି କ୍ରସରକୁ ବଡ କରାଯାଇ ଆଇରନ କ୍ରସର କରାଯାଉଛି । ଆଇରନ କ୍ରସର ପାଇଁ ଏଠାକୁ ବଡ ବଡ ଟ୍ରକ ଯିବା ଆସିବା ପାଇଁ ଆବଶ୍ୟକ ଓସାରିଆ ରାସ୍ତା ଓ ଆଇରନ ଡମ୍ପ ପାଇଁ ଆବଶ୍ୟକ ପର୍ଯ୍ୟନ୍ତ ସ୍ଥାନ । କିନ୍ତୁ ଏହି ରାସ୍ତା ଓସାର କରିବା ପାଇଁ କ୍ରସର ମାଲିକ ମନମୂଖୀ ଭାବେ ଅନେକ ଗଛ ମଧ୍ୟରେ ମାଟି ପକାଇଛି ଓ କ୍ରସର ଆୟତନ ବୃଦ୍ଧି ପାଇଁ ଅନେକ ଗଛକୁ ଘେରି ପାଚେରୀ ବୁଲାଇଥିବା ସହ ଆଇରନ ଡମ୍ପ ପାଇଁ ସମତଳ କରାଯାଇଥିବା ସ୍ଥାନରୁ ଗଛସବୁ ସଫା କରି ଦିଆଯାଇଛି । ସବୁଠାରୁ ବଡ କଥା ଏହି କ୍ରସର ନିର୍ମାଣ ପାଇଁ ଗୁଡିକରେ ନା କୌଣସି ପଲ୍ଲି ସଭାକି ଗ୍ରାମ ସଭା ହୋଇଛି । କ୍ରସର ପାଇଁ କୃଷି ଓ ଜଙ୍ଗଲ ନଷ୍ଟ ହେବାକୁ ଯାଉଥିବା କାରଣରୁ ଗ୍ରାମବାସୀ ଏହାକୁ ବିରାଧ କରିବା ବେଳେ ଓଲଟା କ୍ରସର ମାଲିକ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଇଛି । ଏପରିକି ଗ୍ରାମବାସୀ ନାମରେ ମିଥ୍ୟା କେସ ଦେଇ ଭୟଭିତ କରିବା ପାଇଁ ଚେଷ୍ଟା କରାଯାଉଥିବା ପ୍ରକାଶ ପାଇଛି । ଅନ୍ୟପଟେ କ୍ରସର ପରିସିମା ବୃଦ୍ଧି ଓ ରାସ୍ତା ଓସାର ପାଇଁ କ୍ରସର ମାଲିକ କୌଣସି ଅନୁମତି ଦିଆଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏନେଇ ଆମେ ଘଟଗାଁ ତହସିଲଦାରଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲୁ ହେଲେ ସେ କାର୍ଯ୍ୟାଳୟରେ ଆନୁପସ୍ଥିତ ଥିବାରୁ ଫୋନ ଯୋଗେ ପ୍ରତିକ୍ରିୟା ନେଇଥିଲୁ ଏହି ଘଟଣାର ତଦନ୍ତ କରାଯିବା ସହ କ୍ରସରର କାଗଜପତ୍ର ଯାଞ୍ଚ କରିବେ ବୋଲି କହିଛନ୍ତି। ତେବେ ତଦନ୍ତ ନାରେ ଅଧିକାରୀ ମାନେ କାହିଁକି ନିରବ ବସିଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
