ଧୋକା
ସମୟ ତ କେବେ ବାହାନା କରେନା
ବାହାନା କରନ୍ତି ଲୋକେ
ଜୀଵନ ତ କେବେ ଛଳନା କରେନା
ଛଳନା କରନ୍ତି ଥୋକେ।
ଛଳନା ବାହାନା କରନ୍ତି କେତେକ
କାହାକୁ ଦିଅନ୍ତି ଧୋକା
ଭାବନ୍ତି ସେମାନେ ଧୋକା ଖାଉଥିବା
ଲୋକଟି ନିହାତି ବୋକା।
ବୋକା ତ ନୁହଁଇ ସମ୍ପର୍କଟି ବାନ୍ଧି
ରଖିବାକୁ ଇଛା ତା’ର
ସମ୍ପର୍କର ମୂଲ୍ୟ ବୁଝିଛି ଯେହେତୁ
ଅମୂଲ୍ୟ ତା’ର ବିଚାର।
କହିବା ଲୋକ ତ ମହତ ନୁହଁଇ
ମହତ ସହିବା ଜନ
ଆଜି ଅଛୁ ତୁହି କାଲିକି ନଥିବୁ
କାହିଁ ରାଗ ଅଭିମାନ।।

✍🏻ହିମାନ୍ଦ୍ରି ମେହେର
