ଝାଡ଼ାବାନ୍ତି ବ୍ୟାପିଥିବା ଅଂଚଳରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଦକ୍ଷପ
:- ପୁରୀ ପୌରାଅଂଚଳ ୱାର୍ଡ ନମ୍ବର ନଅରେ ବ୍ୟାପିଥିବା ଝାଡ଼ାବାନ୍ତି ର ଉପଚାର ଏବଂ ନିୟନ୍ତ୍ରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କୁ ବ୍ୟାପକ ଭାବରେ ତ୍ଵରାନିତ କରାଯାଇଥିଲା | ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ ଆଠଟି ଟିମ ଗଠନ କରାଯାଇ ଝାଡାବାନ୍ତି ବ୍ୟାପି ଥିବା ୱାର୍ଡ ଏବଂ ଏହାର ପାର୍ଶ୍ୱବର୍ତି ଅଂଚଳ ରେ ଘରକୁ ଘର ବୁଲି ସର୍ଭେ କରାଯିବା ସହିତ ଓଆରଏସ, ହାଲୋଯେନ ବଟିକା ଏବଂ ଔଷଧ ଇତ୍ୟାଦି ବଣ୍ଟନ କରାଯାଇଥିଲା |

ସ୍ୱାସ୍ଥ୍ୟ ବିଭାଗ ଟିମ୍ ମୋଟ ରେ ୧୦୨୧ ଟି ଘର ସର୍ଭେ କରିଥିଲେ | ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ର ଏକ ଡାକ୍ତରୀ ଟିମ ଉତ୍କ ଅଂଚଳ ରୁ ପାଣି ଏବଂ ଝାଡା ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିବା ସହିତ ସ୍ଥିତି ସୁଧାର ନିମନ୍ତେ ପ୍ରୟାସ କରିଥିଲେ | ଖାଦ୍ୟ ସୁରକ୍ଷା ଟିମ୍ ମଧ୍ୟ ଉତ୍କ ଅଂଚଳ ପରିଦର୍ଶନ କରି ଖାଦ୍ୟ ନମୁନା ଯାଞ୍ଚ୍ କରିଥିଲେ | ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ଉକ୍ତ ଅଂଚଳ ପରିଦର୍ଶନ କରିଥିଲେ | ଆଜି ମଧ୍ୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଓଆରଏସ, ହାଲୋଯେନ ବଟିକା ଏବଂ ଔଷଧ ପ୍ରଦାନ କରାଯିବା ସହିତ ସଚେତନ କରାଯାଇଥିଲା | ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ ଏବଂ ସଚେତନତା ବାର୍ତା ପତ୍ରିକା ମଧ୍ୟ ବଣ୍ଟନ କରାଯାଇଥିଲା | ସ୍ଥିତିର ସୁଧାର ହୋଇଯିବ ନିମନ୍ତେ ଆଶାପ୍ରକାଶ କରାଯାଇଛି |
