ଗରୀବର ବନ୍ଧୁ ଶିକ୍ଷୟିତ୍ରୀ ରଶ୍ମିତାଙ୍କ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ

ହିଞ୍ଜିଳିକାଟୁ ,୦୪/୨– ମାନବ ସେବା ମାଧବ ସେବା । ମାନବ ସମାଜକୁ ଭଲପାଇବା କରିଛନ୍ତି ବ୍ରତ ।ଅନ୍ଯର ଦୁଃଖକୁ ଦୂର କରିବାକୁ ଜାରୀ ରଖିଛନ୍ତି ପ୍ରଚେଷ୍ଟା ।ଗରିବଙ୍କ ସେବା କରିବା ରେ ପାଆନ୍ତି ସେ ଆନନ୍ଦ । ବୈବାହିକ ଜୀବନରେ ପାଇଛନ୍ତି କଷ୍ଟ ।କିନ୍ତୁ ଭାଙ୍ଗି ପଡିନାହାନ୍ତି ସେ । ଏକାକୀ ସଂଘର୍ଷ କରି ଆପଣାର କରିଛନ୍ତି ମାନବସେବା । ପ୍ରଥମେ ଧରାକୋଟ ଅନାଥ ଆଶ୍ରମରେ ଆରମ୍ଭ କରିଲେ ମାନବସେବା । ପରେ ପରେ ଆପଣାଇଲେ ଗରିବଙ୍କ ସେବା । ଗରିବଙ୍କ ସେବା କରିବା ନେଇ ନିଜର ଖର୍ଚ୍ଚ କୁ କମାଇଥିଲେ ସେ । ସରକାରୀ ଛୁଟି ଦିନରେ ଦେଖିବା ମିଳେ ଅନାଥ ଆଶ୍ରମରେ ତ କେତେବେଳେ ମିଳେ ଗରିବଙ୍କ ପାଖରେ । ଶିକ୍ଷକତା କରି ମିଳିବା ଅର୍ଥରୁ ଗରୀବ ପାଇଁ କରନ୍ତି ଖର୍ଚ୍ଚ ।ନିଜର ଚଳିବା ପାଇଁ ଯେତିକି ଅର୍ଥ ଦରକାର ସେତିକି ହିଁ ରଖିବା ଏବଂ ବଳକା ଅର୍ଥକୁ ଗରିବଙ୍କ ସେବା ଯୋଗାଇବା । ସେପରି ଏକ ମହିଳାଙ୍କୁ ଦେଖିବା ପାଇଁ ମିଳିଛି ହିଞ୍ଜିଳି ଅଞ୍ଚଳର ବୁରୁପଡା ଗ୍ରାମରେ । ସେ ଆଉ କିଏ ନୁହଁନ୍ତି ହିଞ୍ଜିଳି ମାଟିର ନାତୁଣୀ ରଶ୍ମିତା ରାଉଳ ।ପିଲାଟି ଦିନରୁ ଅଜା ଆଇଙ୍କ ପାଖରେ ରହି ଭଗବତୀ ହାଇସ୍କୁଲରେ ପାଠପଢି ବଡ ହୋଇ ଶିକ୍ଷୟିତ୍ରୀ ପରେପରେ ବୈବାହିକ ଜୀବନର ଦୁଃଖ କଷ୍ଟ କୁ ସମ୍ଭାଳି ମାନବସେବା କୁ ଆପଣାର କରି ଆତ୍ମସନ୍ତୋଷ ପାଇଛନ୍ତି ସେ । ବିଦ୍ୟାଳୟର ଶନିବାର ଛୁଟି ସମୟ ପରେ ପହଞ୍ଚି , ନିଜ ଅଜା ଆଇ ଗାଁ ପାଠପଢା ଖେଳବୁଲ କରି ଶିକ୍ଷିତ ହୋଇଥିବା ମାଟିକୁ ଆସିଥିଲେ ଗରିବଙ୍କ ପାଇଁ ଶୀତବସ୍ତ୍ର ,ପାଣି ବୋତଲ ସହ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ନିଜକୁ ଖୁସି ଅନୁଭବ କଲେ ଶିକ୍ଷୟିତ୍ରୀ ରଶ୍ମିତା

ରିପୋର୍ଟ – ରଂଜିତ କୁମାର ପୋଲାଇ, ହିଞ୍ଜିଳିକାଟୁ, ଗଞ୍ଜାମ।

Leave a Reply

Your email address will not be published. Required fields are marked *