ଇକୋ ରିଟ୍ରିଟ ପାଇଁ ଜିଲ୍ଲା ପ୍ରଶାସନର କ୍ଷେତ୍ର ପରିଦର୍ଶନ।

କୋଣାର୍କ:- ଆସନ୍ତା ଡିସେମ୍ବର ମାସ ୧୩ ତାରିଖ ଠାରୁ କୋଣାର୍କ – ପୁରୀ ମେରାଇନ ଡ୍ରାଇଭ ରାସ୍ତାର ସାହୁଖଣତା ସ୍ଥିତି ବେଳାଭୂମି କୂଳରେ ଆରମ୍ଭ ହେବ ଇକୋ ରିଟ୍ରିଟ। ଚଳିତ ବର୍ଷ ଆୟୋଜନ ନିମନ୍ତେ ମଙ୍ଗଳବାର ଅପରାହ୍ନରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇଙ୍କ ସହ ଜିଲ୍ଲା ପ୍ରଶାସନ କ୍ଷେତ୍ର ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଇକୋ ରିଟ୍ରିଟକୁ ଆକର୍ଷଣୀୟ ଓ ମନୋରମ କରିବା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଇକୋ ରିଟ୍ରିଟ ପାଇଁ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏହି ପରିଦର୍ଶନ ସମୟରେ ପୁରୀ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଗୋପ ବ୍ଲକ ବିଡିଓ ସୂର୍ଯ୍ୟ ଶଙ୍କର ଦାଶ , ପର୍ଯ୍ୟଟନ ଅଧିକାରୀ ମାମିନି ପରିଡା ଓ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ନୀଳ ମାଧବ ଭୋଇ କହିଛନ୍ତି ଯେ ଖୁବ ଶୀଘ୍ର ଇକୋ ରିଟ୍ରିଟ ନିମନ୍ତେ ରାସ୍ତା ନିର୍ମାଣ, ବିଦ୍ୟୁତ କରଣ, ପାନୀୟ ଜଳଯୋଗାଣ, ଅଗ୍ନି ନିରାପତ୍ତା ବ୍ଯବସ୍ଥା ଓ କଟେଜ ନିର୍ମାଣ ଆରମ୍ଭ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପ୍ରାକ ଆକଳନ କାର୍ଯ୍ୟ ଆରମ୍ଭ କରାଯିବା ପରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେବ। ଏହି ଅବସରରେ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିଆରୀ, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ସରସ୍ଵତୀ ସାହୁ ଓ ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *