ଭଦ୍ରାୟଣି ନାଁରେ ଅଭଦ୍ରାମୀ, ଜଗନ୍ନାଥଙ୍କୁ ଅସମ୍ମାନ କଲେ ଜିଲ୍ଲା ପ୍ରଶାସନ

ଭଦ୍ରାୟଣୀ ମହୋତ୍ସବ ସୋମବାର ଦିନ ଉଦଯାପିତ ହୋଇଥିଲା ମହୋତ୍ସବ ଉଦଯାପନୀ ପରେ ସମସ୍ତେ ବାହୁଡି ଯାଇଥିଲେ ମାତ୍ର ଗୁରୁବାର ସକାଳ ପଯ୍ୟନ୍ତ ଷ୍ଟାଡିୟମ ର ଅଳିଆ ସ୍ଥାନ ରେ ଜଗତରନାଥ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ଥୁଆ ହୋଇ ରହିଥିଲା ଏହି ଖବର ପ୍ରଘଟ ପରେ ଜଗନ୍ନାଥ ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି, ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଭବ୍ଯ ମହୋତ୍ସବ କିଭଳି ପ୍ରଭୁଙ୍କୁ ହତାଦର କରାଗଲା ବୋଲି ପ୍ରଶ୍ନ ଉଠିଛି ୫ ଦିନିଆ ଏହି ମହୋତ୍ସବ ର ପ୍ରତି ସଂନ୍ଧ୍ଯା ରେ ଶ୍ରୀ ଜଗନ୍ନାଥ ଙ୍କୁ ପୂଜା କରାଯାଇ ସାଂସ୍କୃତିକ କାର୍ଯ୍ଯକ୍ରମ ଆରମ୍ଭ କରାଯାଉଥିଲା ମହୋତ୍ସବ ଉଦଯାପନୀ ପରେ ପ୍ରଭୁ ଜଗନ୍ନାଥ ଙ୍କୁ ସମସ୍ତେ ଭୁଲିଯାଇଥିଲେ, ଜଗନ୍ନାଥ ଖରା,କାକର ଖାଇ ଅସନା ପରିବେଶ ଭିତରେ ରହିଥିବା ଭିଡିଓ ଭାଇରାଲ ହେବା ପରେ ଲୋକେ ତାତି ଉଠିଛନ୍ତି ,ଘଟଣା ଜଣା ପଡିବା ପରେ ମହାବାହୁଙ୍କୁ ସେଠାରୁ ନିଆଯାଇ ଥିବା ଜଣାପଡିଛି ଏ ନେଇ କାହାରି ଠାରୁ ପ୍ରତିକିୟା ମିଳିପାରି ନାହିଁ ଏ ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ବିଜେପି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ସୂଚନା ମିଳିଛି, ବହୁ ଧର୍ମ ସଙ୍ଗଠନ ତାତି ଉଠିଛନ୍ତି, ଭଦ୍ରାଣୀ ଆଯୋଜିତ କରି ପ୍ରଶାସନ ଯେଉ ବାଃ ବାଃ ନେଇଥିଲା ଏ ବେ ଜଗନ୍ନାଥ ଙ୍କୁ ହତାଦର କରି ସେତିକି ନିନ୍ଦିତ ହୋଇଛି, ଏ ନେଇ ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ପ୍ରତିକିୟା ମିଳିପାରି ନାହିଁ

Leave a Reply

Your email address will not be published. Required fields are marked *