ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର ସଦରମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,କୀଟ କିସ୍ସ କ୍ରୀଡା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାସ ଙ୍କ ପ୍ରତକ୍ଷ୍ୟ ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ଟ ଅଫ ଗିଭିଂ ର ଜିଲ୍ଲା ସଂଯୋଜକ ବିଜୟ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରଚେଷ୍ଟାକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି ବୋଲି କହିଥିଲେ , ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତାଭାବେ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ତଥା ବାରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାସ,ପୁର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୁ ଯୋଗଦେଇ ଡ଼ଃ ସାମନ୍ତଙ୍କ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ ,ସାରା ପୃଥିବୀରେ ଏଭଳି କାର୍ଯ୍ୟକ୍ରମ ଚାଲୁଥିବାରୁ ଓ ଚଳିତ ବର୍ଷ ଉତ୍ତମ ପଡୋଶୀ ବିଷୟକୁ ନେଇ କାର୍ଯ୍ୟକ୍ରମକୁ ଅତିଥି ମାନେ ଭୁଇୟସୀ ପ୍ରଶଂସା କରିଥିଲେ ,ଶେଷରେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଓ ପରିଶେଷରେ କଳିଙ୍ଗ ଟିଭିର ଜିଲ୍ଲା ରିପୋର୍ଟର ଶୁଭଙ୍କର ଜେନା ସମସ୍ତ ଅତିଥି ଛାତ୍ରଛାତ୍ରୀ ,ବୁଦ୍ଧିଜୀବୀ ,ସାମ୍ବାଦିକ ଓ ଜନସାଧାରଣ ମାନଂକୁ ଧନ୍ୟବାଦ ଅର୍ପଣ କରିଥିଲେ ,ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତି ,ଛାତ୍ରଛାତ୍ରୀ ଯୋଗଦେଇଥିଲେ l
