ବିକଶିତ ଭାରତ-ଜୀ ରାମ ଜୀ କାର୍ଯ୍ୟକ୍ରମ ଶୁଭାରମ୍ଭ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମିଳନୀ l

କାମାକ୍ଷାନଗର ୦୨/୦୭/୨୦୨୬- ସାରା ଦେଶରେ ବିକଶିତ ଭାରତ- ଜୀ ରାମ ଜୀ ( ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିଶନ – ଗ୍ରାମୀଣ) ଯୋଜନାରେ ୧୨୫ ଦିନ ଗ୍ରାମୀଣ ରୋଜଗାରର ନୂଆ ଗ୍ୟାରେଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସମ୍ମେଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଏହି ବିକଶିତ ଭାରତ- ଜୀ ରାମ ଜୀ କାର୍ଯ୍ୟକ୍ରମ ଯୋଗୁଁ ଗ୍ରାମୀଣ ଶ୍ରମିକମାନେ ଏବେ ୧୨୫ ଦିନ ନିଶ୍ଚିତ କର୍ମ ନିଯୁକ୍ତି ପାଇ ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ଜଳ ସୁରକ୍ଷା ସମ୍ବନ୍ଧିତ କାର୍ଯ୍ୟ, ଗ୍ରାମୀଣ ମୌଳିକ ଭିତ୍ତିଭୂମିର ସୁଦୃଢ଼ୀକରଣ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଧ୍ୟାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସ୍ଥାୟୀ ବିକାଶ କରାଯିବ ବୋଲି ସେ କହିଛନ୍ତି । ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ଏହି ବିକଶିତ ଭାରତ- ଜୀ ରାମ ଜୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ, ସଦର ବିଡ଼ିଓ ଶ୍ରୀ ରାହୁଲ ମଣ୍ଡଳ, କାମାକ୍ଷ ନଗର ବିଡ଼ିଓ ଶ୍ରୀ ପ୍ରଭୁ କଲ୍ୟାଣ ଦାଶ, ହିନ୍ଦୋଳ ବିଡ଼ିଓ କଲ୍ୟାଣ ସୌରଭ ଦାଶ, ଓଡ଼ାପଡ଼ା ବିଡ଼ିଓ ଶ୍ରୀ ଦିଲ୍ଲିପ କୁମାର ଷଡ଼ଙ୍ଗୀ, ଗଁଦିଆ ବିଡ଼ିଓ ଶ୍ରୀ ପବିତ୍ର କୁମାର ବେହେରା, ଭୁବନ ବିଡ଼ିଓ ଆୟୁଷୀ ମହାପାତ୍ର, କଙ୍କଡାହାଡ଼ ବିଡ଼ିଓ ଶ୍ରୀ ଯଶୋବନ୍ତ ଦେହୁରୀ ଏବଂ ବିଭିନ୍ନ ଲାଇନ ଡ଼ିପାର୍ଟମେଣ୍ଟର ଅଧିକାରୀ , ବ୍ଲକ୍ ସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଗ୍ରାମୀଣ ଶ୍ରମିକମାନେ ଉପସ୍ଥିତ ଥିଲେ । ଆନ୍ଧ୍ର ପ୍ରଦେଶର ତିରୁପତି ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଉତ୍ସବରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାମ ସିଂ ଚୌହାନ ଏହି ବିକଶିତ ଭାରତ-ଜୀ ରାମ ଜୀ, ୧୨୫ ଦିନ ଗ୍ରାମୀଣ ରୋଜଗାର ନୂଆଁ ଗ୍ୟାରେଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *