ବ୍ରହ୍ମପୁରରେ ଜିଲ୍ଲା ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ
ବ୍ରହ୍ମପୁର ୮/୦୨/୨୬ ()ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ଖଲିକୋଟ କଲେଜ ଖେଳ ପଡିଆ ପରିସରରେ ଜିଲ୍ଲା ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ଆଜି ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୁ ଜାଗରଣ ପାଇଁ ହେଉଥିବା କାର୍ଯ୍ୟ ଧାରାକୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଉଦ୍ଦେଶ୍ୟ ରେ ” ସମଗ୍ର ହିନ୍ଦୁ ସମାଜ ” ଦ୍ଵାରା ସନାତନ ସଂସ୍କୃତି ଓ ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତୀକ ଭାବରେ ଏହି ହିନ୍ଦୁ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଆଜିର ଏହି ସମାବେଶ କୁ ମହାନ ପ୍ରବକ୍ତାମାନଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ହିନ୍ଦୁ ସମାଜର ସୁରକ୍ଷା ଓ କର୍ତବ୍ୟ” ବିଷୟ ଉପରେ ପ୍ରତି ସଂଗଠନ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଶ୍ରୀ ହନୁମାନ ଚାଳିଶା ପାଠନ, ଜ୍ଞାନଯଜ୍ଞ , ଘୃତଯଜ୍ଞ ଓ ଅନ୍ନଯଜ୍ଞ ସହିତ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ସମଗ୍ର ହିନ୍ଦୁ ସମାଜ ଆୟୋଜକ ବେଳେ ଏଥିରେ ବହୁ ସଂଖ୍ୟକ ହିନ୍ଦୁ ପରିବାର ଭାଗ ନେଇଥିଲେ ।
